ଜଗତସିଂହପୁର (ଏଟିଆର ବ୍ୟୁରୋ); ଥାନା ପାଖରୁ ମାତ୍ର ୪୦୦ ମିଟର ଦୂରରେ ପଡି ରହଥିଲା ଦୁଇଟି ମୃତ ଦେହ । ଗୋଟିଏ ଥାନା ପାଖରୁ ୨୦୦ ମିଟରରେ ପଡିଥିବା ବେଳେ ଅନ୍ୟଏକ ମୃତ ଦେହ ୪୦୦ ମିଟରରେ ପଡି ରହିଥିଲା । ଜଗତସିଂହପୁର ଜିଲ୍ଲା ମେରାଇନ ଥାନା ପାଖରେ ପଡିଥିବା ଜଣା ପଡିଛି । ପୋଲିସ ଖବର ପାଇବା ଉଭୟ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତକ ଦ୍ୱୟ ମାନସିକ ବିକାରଗ୍ରସ୍ତ ବୋଲି ଜଣା ପଡିଛି ।
ମୃତକଦ୍ୱୟଙ୍କ ପରିଚୟ ମିଳିପାରିନାହିଁ । ଉଭୟ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ଲୋକ କହୁଛନ୍ତି । ଗତକାଲି ରାତି ୧୧ଟା ପର୍ଯ୍ୟନ୍ତ ଉଭୟ ବୁଲୁଥିଲେ । କିନ୍ତୁ ଆଜି ସକାଳୁ ଉଭୟଙ୍କ ମୃତ ଦେହ ପଡିରହିଛି । ତେବେ କେହି ପଥରରେ ଛେଚି ହତ୍ୟା କରିଛି ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ପୁରା ଘଟଣା ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।
କେହି ଦୁର୍ବୃତ୍ତ ଉଭୟଙ୍କୁ ପଥରରେ ଛେତି ହତ୍ୟା କରିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଆଉ କେହି କେହି କହୁଛନ୍ତି ଉଭୟ ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ପରସ୍ପର ମଧ୍ୟରେ ବଚସା ହେବାରୁ ପଥରରେ ଛେଚା ଛେଚି ହୋଇଛନ୍ତି । ତେବେ ଏହା କେତେ ଦୂର ସତ ପୋଲିସର ତଦନ୍ତ ପରେ ଜଣା ପଡିବ ।