ବଲାଙ୍ଗୀର (ଏଟିଆର ବ୍ୟୁରୋ); କିଛିଦିନର ବିରତି ପରେ ପୁଣିଥରେ ଆକ୍ସନ ମୁଡରେ ବଲାଙ୍ଗୀର ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ସିତାରାମକୁ ଏନକାଉଣ୍ଟର କରିଛି ପୋଲିସ ରଣା । ଆହତ ହୋଇଥିବା ଅପରାଧୀ ସିତାରାମକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତା ନାଁରେ ବିଭିନ୍ନ ଥାନାରେ ରହିଛି ବହୁ ମାମଲା । ବଲାଙ୍ଗୀର ସହରରେ ଡକାୟତି ଏବଂ ଗୁଳିକାଣ୍ଡରେ ସିତାରାମର ହାତ ରହିଛି । ବହୁଦିନ ହେଲା ପୋଲିସ ଖୋଜୁଥିବା ଅପରାଧୀକୁ ଶେଷରେ ଏନକାଉଣ୍ଟର କରାଯାଇଛି ।
ଗତକାଲି ରାତିରେ ହୋଇଛି ଏହି ଏନକାଉଣ୍ଟର । ପଇଁତଳା ଥାନା ମହିମୁଣ୍ଡା ଅଞ୍ଚଳରେ ଗତକାଲି ରାତିରେ ବୁଲୁଥିଲା ସିତାରାମ । କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା । ପୋଲିସକୁ ଦେଖିବା ପରେ ଖସିଯିବା ପାଇଁ ଚେଷ୍ଟା କରିଥିଲା ଅଭିଯୁକ୍ତ । ପୋଲିସ ତାକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲା ।
ପାଲଟା ଗୁଳି ଚାଳନା କରିଥିଲା ପୋଲିସ । ପୋଲିସର ଗୁଳି ସିତାରାମର ବାମ ଗୋଡରେ ବାଜିଥିଲା । ଆହତ ହେବା ପରେ ପ୍ରଥମେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।