ଭଞ୍ଜନଗର ( ଏଟିଆର ବ୍ୟୁରୋ): ପୁଣି ନିର୍ବାଚନୀ ହିସାଂ । ରାଜନୈତିକ ଶତୃତା ନେଲା ଜୀବନ । ଭୋଟ ପୂର୍ବରୁ ଗଡିଲା ମୁଣ୍ଡ । ଘରୁ ଡାକିନେଇ କଲେ ହତ୍ୟା । ଏମିତି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଅଗଝୋଳ ଗ୍ରାମରେ । ରାଜନୈତିକ ଶତୃତାକୁ ନେଇ ବୋମାମାଡ କରାଯାଇଛି । ସୂଚନା ଅନୁସାରେ ଅଗୋଝୋଳ ଗ୍ରାମର ସଦାଶିବ ପ୍ରଧାନଙ୍କ ଉପରକୁ କରାଯାଇଚଛି ବୋମାମାଡ ଫଳରେ ସଦାଶିବଙ୍କର ହୋଇଛି ମୃତ୍ୟୁ ।
ଖବର ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଶଦାଶିବଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ କେଉଁ ରାଜନୈିତିକ ଦଳର ଏଥିରେ ସପୃକ୍ତି ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ: । ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି