ବାରିପଦା (ଏଟିଆର ବ୍ୟୁରୋ); ଜଣେ ଇଞ୍ଜିନିୟରଙ୍କ ବିରୋଧରେ ଆସିଛି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ । ଯେଉଁ କାରଣରୁ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କିରିଛି । ନିଜ ବାସଭବନ ସନେତ ୫ଟି ସ୍ଥାନରେ କରାଯାଇଛି ଚଢ଼ାଉ । ଭିଜିଲାନ୍ସ ଜାଲରେ ପଡିଥିବା ଇଞ୍ଜିନିୟର ହେଲେ ହୁଦେଶ୍ୱର ବେହେରା ।ଭୁବନେଶ୍ୱରରରେ ଏକ ଫ୍ଲାଟ୍, ବାରିପଦାରେ ଥିବା ଦୁଇ ମହଲା ଘର, କପ୍ତିପଦାରେ ପୈତୃକ ଘର ଏବଂ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଏବଂ କାର୍ୟ୍ୟାଳୟରେ ଚଢ଼ଉ କରାଯାଉଛି। ତେବେ ଜମି ଜମା ସଂପର୍କିତ ବହୁ କାଗଜପତ୍ର, ଏକ କାର୍ ଓ ଦୁଇ ଚକିଆ ଗାଡ଼ି ମିଳିଥିବା ଜଣାପଡ଼ିଛି।
ସେହିପରି ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ସିଡିଏମ୍ଓଙ୍କ ଅଫିସ୍ର ଖାଦ୍ୟ ବିଭାଗର ପିଅନ ବିନୋଦ କୁମାର ବେହେରା ମଧ୍ୟ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଫୁଡ୍ ଲାଇସେନ୍ସ ନବୀକରଣ ପାଇଁ ୧୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।