ଅନୁଗୋଳ (ଏଟିଆର ବ୍ୟୁରୋ); ପ୍ରେମ ଅନ୍ଧ । କେତେ ବେଳେ ଯେ କାହା ସହ ହୋଇ ଯାଇଥାଏ ଏବଂ ତାହା ଜଣା ପଡି ନଥାଏ । ଏବଂ ପ୍ରେମରେ ପଡିଲା ପରେ ସବୁ ଖରାପ ଜିନିଷ ବି ଭଲ ଲାଗିଥାଏ । ଏଣୁ ପ୍ରେମୀ ଯୁଗଳ କଣ କରୁଛନ୍ତି ତାହା ଭାବି ନଥାନ୍ତି । ତେବେ ଅନ୍ଧ ପ୍ରେମ ପାଇଁ ଜୀବନ ମଧ୍ୟ ଚାଲି ଯାଉଛି । ସେପଟେ ଆଜି କାଲି କେତେକ ପ୍ରେମିକ ଏବଂ ପ୍ରେମିକା ପ୍ରେମକୁ ଶସ୍ତା ଭାବରେ ନେଉଛନ୍ତି । ଏଣୁ ଏମାନେ ପ୍ରେମର ମାନେ କେବଳ ଶାରୀରିକ ସମ୍ପର୍କ ବୋଲି ଭାବି ନେଇଛନ୍ତି । ଯାହାର ପରିଣାମ ଶେଷରେ ଭୋଗିବାକୁ ପଡୁଛି । ଏବଂ ଚାଲି ଯାଉଛି ଜୀବନ । ତେବେ ଏଡି ପ୍ରେମ ପାଇଁ ଜଣେ ଯୁବତୀ ଜୀବନ ହାରିଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ବିଶ୍ୱାସରେ ପ୍ରେମିକ ସହ କଟାଇଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଏବଂ ଚାଟିଂ ପ୍ରେମିକ ଭାଇରାଲ କରିବା ପରେ ଲାଜରେ ବିଷ ପିଇ ଜବୀନ ହାରିଛନ୍ତି ଯୁବତୀ । ମୃତକଙ୍କ ବାପା ବନ୍ତଳା ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ନାଁରେ ମାମଲା ଦାୟର କରାଯାଇଯାଇ ତନାଘନା ଚଳାଉଥିବା ସୂଚନା ଦେଇଛନ୍ତି ବନ୍ତଳା ଆଇଆଇସି ସବ୍ୟସଚୀ ରାଉତ । ତେବେ ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ଯୁବତୀଙ୍କ ସହ ପ୍ରେମ ରଙ୍ଗ ନମ୍ବରରୁ ହିଁ ଆରମ୍ଭ ହୋଇଥିଲା । ପରେ ଫେସବୁକରେ ପ୍ରେମ ସମ୍ପର୍କ ଗଭୀର ହୋଇଥିଲା । ଏବଂ ପ୍ରେମରେ ପାଗଳ ହୋଇ ଯାଇଥିଲେ ଯୁବତୀ । ପ୍ରେମୀକ ସହ କଥା ହେବା ସହ ଗାଁକୁ ଯିବା ଆସିବା ମଧ୍ୟ କରୁଥିଲେ । ତେବେ ଯୁବକ ସରଳତାର ସୁଯୋଗ ନେଇ ଅଶ୍ଳିଳ ଚାଟିଂ ଏବଂ ସମ୍ପର୍କ ରଖୁଥିଲା । ଯାହା ବୁଝି ପାରିନଥିଲେ ଯୁବତୀ । ମାତ୍ର କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଭୁଲ ବୁଝାବଣା ହୋଇଥିଲା । ଏବଂ ଯୁବକ ଜଣକ ଯୁବତୀଙ୍କ ଗାଁର କିଛି ଯୁବକଙ୍କ ସହ ବନ୍ଧୁତା କରି ଦେଇଥିଲେ । ପରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ସେମାନଙ୍କୁ ଦେଇଥିଲା । ତା ପରେ ଏହି ଏହି ଭିଡିଓ ଜଣକ ପରେ ଜଣକୁ ମୋବାଇଲକୁ ଯାଇ ଭାଇରାଲ ହୋଇଥିଲା । ଝିଅ ଘର ଲୋକ ଏହି ଖବର ପାଇବା ପରେ ଝିଅକୁ ଗାଲି କରିଥିଲେ । ଏଥିରେ ରାଗି ଯାଇ ଯୁବତୀ ଘରେ ଥିବା କୀଟ ନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିଲେ । ଅବଶ୍ୟ ତାଙ୍କୁ ମେଡିକାଲ ନିଆ ଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।