ରାୟଗଡା (ଏଟିଆର ବ୍ୟୁରୋ); ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଯେତେ ସତେଚନ କରାଇଲେ ମଧ୍ୟ ଦେହଲୋଭୀ ମଣିଷମାନେ ତେଚୁ ନାହାଁନ୍ତି । ରାୟଗଡା ଜିଲ୍ଲା ବିଷମ କଟକ ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଇଜଣ ଦୁଷ୍କର୍ମ କରିଥିବା ଥାନରେ ଅଭିଯୋଗ ହୋଇଛି । ତେବେ ଏଥରକ ଦୁଇଜଣ ନାବାଳକଙ୍କ ନାମରେ ଆସିଛି ଏହି ଅଭିଯୋଗ । ପୋଲିସ ଉଭୟ ନାବାଳକଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ଜଣକ ଘରେ ଏକା ରହିଥିବାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ଦୁଇଜଣ ନାବାଳକ ଦୁଷ୍କର୍ମ କରିଥିଲେ । ଛୋଟ ଛୁଆ ହେଲେ ମଧ୍ୟ ସେମାନଙ୍କ ଏଭଳି କଦର୍ଯ୍ୟ କାମ ପାଇଁ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘରକୁ ନାବାଳିକାଙ୍କ ମା ଫେରିବା ପରେ ସେ ସବୁ କହିଥିଲେ । ତେବେ ମହିଳା ପ୍ରଥମେ ଗାଁରେ ଅଭିଯୋଗ କରିଥିଲେ ।
ଗାଁରେ ଅଭିଯୋଗ କରିଥିଲେ ସୁଦ୍ଧା ଗାଁ ଲୋକ ଛୋଟ ଛୁଆ ହୋଇଥିବାରୁ ଏହାକୁ ବିଚାରକୁ ନେଇ ନଥିଲେ । ତେବେ ନ୍ୟାୟ ପାଇବା ପାଇଁ ନାବାଳିକାଙ୍କ ମା ବିଷମକଟକ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଦୁଇ ନାବାଳକଙ୍କୁ ଥାନାକୁ ଡାକି ପଚରା ଉଚରା କରୁଛି । ଘଟଣାର ତଦନ୍ତ ଜାରି ।