ଭୁବନେଶ୍ୱର,୨୧ା୨/(ବ୍ୟୁରୋ): ରାଜଧାନୀରେ ପୁଣି ଏକ ବଡ଼ ଧରଣର ଠକେଇର ପର୍ଦ୍ଦାଫାସ କରିଛି ନୟାପଲ୍ଲୀ ଥାନା ପୁଲିସ । ଜଣେ ସରକାରୀ ମହିଳା କର୍ମଚାରୀଙ୍କ ସମେତ ତାଙ୍କ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳା କର୍ମଚାରୀ ଜଣଙ୍କ ହେଉଛନ୍ତି ସରସ୍ୱତୀ ପଟ୍ଟନାୟକ ।
ସେ ନତାଲାରେ ଚାକିରି କରୁଥିବା ଜଣାପଡିଛି । କେବଳ ଏତିକି ନୁହେଁ ଘଟଣାରେ ତାଙ୍କ ପୁଅ ସତ୍ୟଜିତ୍ ପଟ୍ଟନାୟକ ଓ ବୋହୂ ସ୍ମିତାଞ୍ଜଳୀ ଦାସକୁ ମଧ୍ୟ ପୁଲିସ ଗିରଫ କରିଥିବା ଜଣାପଡିଛି । ମା’ ପୁଅ ଓ ବୋହୂ ପାଖାପାଖି ୧୫କୋଟି ଟଙ୍କା ଚଳୁ କରି ଦେଇଥିବା ପୁଲିସ ସୂଚନା ଦେଇଛି । ନୟାପଲ୍ଲୀ ଅଞ୍ଚଳରେ ଏମାନେ ଏଲିଆଣ୍ଟ ମଲ୍ଟି କୋଅପରେଟିଭ ନାମରେ ଏକ ସଂସ୍ଥା ଖୋଲିଥିଲେ । ସୁଲଭ ମୁଲ୍ୟରେ ଜମି ଦେବା କହି ଟଙ୍କା ହଡ଼ପ କରିଥିଲେ । ଏତିକି ନୁହେଁ ଲୋଭନୀୟ ସ୍କିମ ମାନ କରି ୩ବର୍ଷରେ ଡବଲ କରିଦେବା ଲୋଭ ଦେଖାଇ ପାଖାପାଖି ୧୫କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।
ତେବେ ବନଜ୍ୟୋତ୍ସ୍ନା ଦାସ ନାମ୍ନୀ ମହିଳାଙ୍କୁ ଜମି ଦେବା କହି ତାଙ୍କଠୁ ଏମାନେ ୬୫ଲକ୍ଷ ଟଙ୍କା ଠକି ନେଇଥିଲେ । ହେଲେ ଜମି ଆଉ ଦେଇନଥିଲେ । ଯେଉଁ ଜମି କାଗଜପତ୍ର ସେମାନେ ପ୍ରଦାନ କରିଥିଲେ ତାହା ପୂର୍ବରୁ ଆଉ କାହାକୁ ବିକ୍ରି ହୋଇଥିବା ବନଜ୍ୟୋତ୍ସ୍ନା ଜାଣଇବାକୁ ପାଇ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଆଜି ସମସ୍ତଙ୍କୁ ଗିରଫ କରାଯାଇଛି ।