ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ଏତେ ରାଗ । ଲାଷ୍ଟକୁ କ୍ୟାବିନକୁ ବି ବାଦ ଦେଲେନି । ଗୋଇଠା ପରେ ଗୋଇଠା ମାରି ଚାଲିଲେ । ଆପଣ ଭାବୁଥିବେ ଆମେ କାହାକଥା କହୁଛୁ । ଶୁଣି ଆଶ୍ଚର୍ଯ୍ୟ ହେବେ ଲୋକଙ୍କୁ ଉଇ କେୟାର ଉଇ ଡେୟାର ନାରା ଦେଉଥିବା କମିଶନରେଟ ପୁଲିସର ଏ ହେଉଛି ବାସ୍ତବତା । ପୁଲିସ କନଷ୍ଟେବଳ କେବିନକୁ ଗୋଇଠା ପରେ ଗୋଇଠା ମାରିବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।
ରିପୋର୍ଟ ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ମୃତଦେହକୁ ରଖି ଲୋକେ ରାସ୍ତା ଅବରୋଧ କରିଥଲେ । ପରିସ୍ଥିତି ଅଣାୟ ହେବାରୁ ପୁଲିସ ଲାଠି ଚାର୍ଜ କରିଥିଲା । ତେବେ ଏହି ଲାଠି ଚାର୍ଜରୁ ବାଦ୍ ପଡିନଥିଲେ ସାମ୍ବାଦିକ । ହାତରେ ବୁମ ଦେଖୁଥିଲେ ମଧ୍ୟ ପୁଲିସ ଗୋଡାଇ ଗୋଡାଇ ପିଟିଥିଲା । ସିଧା କହିବାକୁ ଗଲେ ପୂରା ରକ୍ତମୂଖା ହୋଇଥିଲା ପୁଲିସ । ଯାହାକୁ ଦେଖିଥିଲା ଗୋଡାଇ ଗୋଡାଇ ପିଟିଥିଲା । ତେବେ ଜଣେ କନଷ୍ଟେବଳ ଏକ ଜଳଖିଆ କ୍ୟାବିନକୁ ଗୋଇଠା ମାରିବା ଘଟଣା ପୁଲିସର ଦବଙ୍ଗଗିରିକୁ ପ୍ରମାଣ କରିଛି । ଏଠି ପ୍ରଶ୍ନ ଲୋକଙ୍କୁ ଘଉଡାଇବାକୁ ପୁଲିସ ଲଠି ଚାର୍ଜ କରିବା ଠିକ୍ ଅଛି ।
କିନ୍ତୁ କ୍ୟାବିନକୁ ଗୋଇଠା ମାରି ଗୁଣ୍ଡାଗିରି ଦେଖାଇବା କେତେଦୂର ଠିକ? ତାକୁ ନେଇ ଉଠିଛି ପ୍ରଶ୍ନ? କେବଳ ଏତିକି ନୁହେଁ ସାମ୍ବାଦିକଙ୍କୁ ଆକ୍ରମଣ କରିବା ପୁଲିସ ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ ତ? ରିପୋର୍ଟ ଅନୁସାରେ ହାଉସିଂବୋର୍ଡର ଧନେଶ୍ୱରଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ପରିବାର ଲୋକ ଏହାକୁ ହତ୍ୟା କହୁଥିବା ବେଳେ ପୁଲିସ କିନ୍ତୁ ମାନିବାକୁ ନାରାଜ । ଦୁର୍ଘଟଣା ଦର୍ଶାଇ ଚୁପ ରହିବାରୁ ପରିବାର ଲୋକ ନ୍ୟାୟ ଆଶାରେ ରାସ୍ତାରୋକ କରିଥିଲେ । ବାସ ଏହାପରେ ଏସବୁ ଘଟଣା ନଜରକୁ ଆସିଛି । ପୁଲିସର ଏପରି ଗୁଣ୍ଡାଗିରିକୁ ସବୁ ସ୍ତରରେ ନିନ୍ଦା କରାଯାଇଛି ।
ଫଟୋ ସୌଜନ୍ୟ: ଓଟିଭି