ଭୁୁବନେଶ୍ୱର,(ଏଟିଆରବ୍ୟୁରୋ): ପୁଣି କ୍ୟୁଏଟିକୁ ଏକ ବଡ଼ଧରରଣର ସଫଳତା । କ୍ୟାପିଟାଲ ଥାନା ଅଶୋକନଗର ଅଂଚଳରେ ଥିବା ଏକ ଘର ଉପରେ ଚଢ଼ାଉ କରି ୧୯ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ୧୨ଟି ଗାଡି,ମୋବାଇଲ ଫୋନ ସମେତ ନଗଦ ୫୮ହଜାର ୮ଶହ ଟଙ୍କା ଜବତ କରିଛି ।
ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ମିଟୁ ଏଥରକ ପୁଲିସ କବଜାରେ ପଡିଛି । ଢ଼େରଦିନ ହେବ ମିଟୁ ଏହି ଜୁଆଡି ଗ୍ୟାଙ୍ଗ ଚଳାଇଥିଲା । ରେମଣ୍ଡ ସୋରୁମ ପଛରେ ଖେଳ ଚାଲିଥିବା ବେଳେ ଆଜି ଏନେଇ ସୁରାକ ପାଇଥିଲା କ୍ୟୁଏଟି । ଅଚାନକ ଟିମ ସେହି ଘର ଉପରେ ଚଢ଼ାଉ କରିଥିଲା ।
ସୂଚନାଯୋଗ୍ୟ, ଠିକ୍ ୨ଦିନ ତଳେ ନୟାପଲ୍ଲୀ ଥାନା ପୁଲିସ ମଧ୍ୟ ଏକ ଜୁଆଡି ଗ୍ୟାଙ୍ଗକୁ ଧରି ୮ଜଣଙ୍କୁ କୋର୍ଟ ଚାଲାଣ କରିଥିଲା ।