ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡିଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ଦେଖିବାକୁ ମିକିଛି ଆଉ ଏକ ଲଜ୍ଜା । ପୋଲିସର ପରିଚୟ ଦେଇ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଅଭିଯୋଗ ଅନୁସାରେ ଯୁବତୀ ଜଣଙ୍କ ନିମାପଡ଼ା ବସ୍ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ୪ ଜଣ ଯୁବକ ପୋଲିସ ପରିଚୟ ଦେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ କହି କାରରେ ବସିବାକୁ କହିଥିଲେ । ମାତ୍ର ଯୁବତୀ ଜଣଙ୍କ ମନା କରିବାରୁ ସେ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସକୁ ନେଇ ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ଏନେଇ ଯୁବତୀ ଜଣଙ୍କ କୁମ୍ଭାରରପଡା ଥାନାରେ ଅଭିଯୋଗ କରିଛନ୍ତି।
ଯୁବତୀଙ୍କ ଅଭିଯୋଗ ଓ ସେଠାରୁ ଖସି ଆସିବା ବେଳେ ନେଇ ଆସିଥିବା ଗୋଟେ ମନିପସକୁ ଭିତ୍ତିକରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ।