ଗଞ୍ଜାମ (ଏଟିଆର ବ୍ୟୁରୋ) ; ପାପ କେବେ ଲୁଚି ରହେନି । ଏହା ପାତାଳରୁ ଫୁଟିକି ବାହାରେ । ଅପରାଧ କେବେ ଲୁଚି ରହେନି । ଦିନେ ନା ଦିନେ ପଦାକୁ ଆସିଥାଏ । ତେବେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳାରେ । ଗତ ନଭେମ୍ବର ପହିଲାରେ ପୋଲସରାରେ ଘରକୁ ଚୋରି କରିବାକୁ ଆସି ଧନ ସମ୍ପତ୍ତି ସହ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ପାପ ଆଜି ପାତାଳରୁ ଫୁଟି ବାହାରିଛି । ଯାହାକି ଆଇନ ଆଖିରୁ ଖସିଯାଇପାରି ନାହିଁ । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଚୋରଙ୍କୁ ଗଞ୍ଜାମ ପୋଲିସ ଧରିବାରେ ସଫଳ ହୋଇଛି । ଯାହାକି ପୋଲିସ ପାଇଁ ଏକ ବଡ ସଫଳତା । ତିନି ଜଣ ଦୁବୃର୍ତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେସ କୁମାର ରାୟ । ଏହି ଘଟଣାକୁ ଆଜକୁ ୨୧ ବିତିଗଲାଣି । ତେବେ ଏବେ ସୁଦ୍ଧା ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛି ପିଡିତା ନାବାଳିକା । ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଠିକ ହୋଇନଥିବା ଡାକ୍ତର କହିଛନ୍ତି ।
ସୂଚନା ମୁତାବକ ଗତ ନଭେମ୍ବର ୧ ତାରିଖ ରାତିରେ ପୋଲସରା ବ୍ଳକର ବାଲିସାହି ଫାଣ୍ଡି ଅଞ୍ଚଳରେ ଜଣକୁ ଚୋରି କରିବା ପାଇଁ ଆସିଥିଲେ ୩ ଜଣ ଚୋର । ଘରେ ପଶି ଧନ ସମ୍ପତ୍ତି ଚୋରି କରିବା ପରେ ଘରେ ଶୋଇଥିବା ନାବାଳିକା ଉପରେ ପାପ ନଜର ପଡିଥିଲା ଦୁବୃର୍ତ୍ତ ମାନଙ୍କର । ନାବାଳିକାକୁ ଘରୁ ଉଠେଇ ନେଇ ନିଛାଟତଆ ଜାଗାରେ ଦୁଷ୍କର୍ମ କରିଥିଲେ । ମନଭରି ଉପଭୋଗ କରିବା ପରେ ନାବାଳିକାକୁ ଛାଡି ଦେଇ ଫେରାର ହୋଇ ଯାଇଥିଲେ ଦୁବୃର୍ତ୍ତ । ସକାଳୁ ସ୍ଥାନୀୟ ଲୋକ ଦେଖିବା ପରେ ନାବାଳିକାକୁ ଉଦ୍ଧାର ପରିବାର ଲୋକଙ୍କୁ ଖବର ଦେଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ଆସ୍କା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସ୍ୱାସ୍ଥ୍ୟପରିସ୍ଥିତି ଅସମ୍ଭାଳ ହେବା ପରେ ବ୍ରହ୍ମପୁର ଏମକେସିଜିରେ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି ନାବାଳିକା ।