ଯାଜପୁର (ଏଟିଆର ବ୍ୟୁରୋ); ରାଜ୍ୟରେ ପୁଣି ଲଜ୍ଜା । ଦିନ ଦ୍ୱିପ୍ରହରେ ଦୋକାନରେ ବସିଥିବା ଜଣେ ଯୁବତୀଙ୍କୁ ଟେକି ନେଇ ଦୁଇଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ମାଡ ମରାଯାଇଥିବା ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛି । ତେବେ ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ । ଏହି ଦୁଷ୍କର୍ମ ଘଟଣାରେ ଜଣେ ରାଜନୈତିକ ନେତାଙ୍କ ସମ୍ପର୍କୀୟ ମଧ୍ୟ ଜଡିତ ଅଛନ୍ତି ବୋଲି ପିଡିତାଙ୍କ ବାପା କହିଛନ୍ତି । ପୋଲିସ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାକବ ଯୁବତୀ ଜଣକ ତାଙ୍କ ଦୋକାନରେ ବସିଥିବା ବେଳେ ଯୁବକ ଆସି ତାଙ୍କୁ ସଫଲ ଗୁଟଖା ମାଗିଥିଲେ । ଯୁବତୀ ତାକୁ ଗୁଟଖା ଦେଉଥିବା ବେଳେ ଯୁବକ ଜଣକ ତାଙ୍କ ହାତ ଧରି ଗାଡି ଭିତରକୁ ଟାଣି ନେଇଥିଲା । ସେଠାରୁ ଯୁବତୀଙ୍କୁ କିଛି ଦୂର ନେବା ପରେ ଡୁବୁରି ନିଛାଟିଆ ରାସ୍ତାରେ ଦୁଷ୍କର୍ମ କରିଥିଲା । ତେବେ ଏତିକିରେ ମନ ଶାନ୍ତି ହୋଇନଥିଲା ଯେ ଜଣେ ରାଜନେତାଙ୍କ ସମ୍ପର୍କୀୟଙ୍କ ପାଖକୁ ନେଇ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ସେଠାରେ ଉଭୟ ମନଭରି ଉପଭୋଗ କରିଥିଲେ ।
ଯୁବତୀ ସେମାନଙ୍କୁ ବାଧା ଦେବାରୁ ଉଭୟ ତାଙ୍କୁ ମାଡ ମଧ୍ୟ ମାରିଛନ୍ତି । କାମ ସରିବା ପରେ ଟେକି ନେଇଥିବା ଯୁବକ ତାଙ୍କୁ ଆଣି ଘର ପାଖରେ ଛାଡି ପଳାଇଥିଲା । ଘର ଲୋକଙ୍କ ଆଗରେ ଯୁବତୀ କାନ୍ଦି କାନ୍ଦି କହିବା ପରେ ପିଡିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ତାଙ୍କ ସହ ଗାଁଲୋକ ମଧ୍ୟ ଥାନାକୁ ଯାଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରି ଥାନା ଘେରାଉ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।