ବାଲେଶ୍ୱର (ଏଟିଆର ବ୍ୟୁରୋ); ଦୋକାନକୁ ପାନ ଆଣିବା ପାଇଁ ଯାଇଥିଲେ ଯୁବତୀ । ଫେରିବା ବେଳେ ବାଟରୁ ଟେକି ନେଲେ ଯୁବକ । ପାଟିରେ କପଡା ବାନ୍ଧି କଲେ ଅସଦାଚରଣ । ପରେ ଯୁବତୀ ସେଠାରୁ ଆସିବା ପରେ ଥାନାରେ ଦେଇଥିଲେ ଏତଲା । ଅସଦାଚରଣ କରିଥିବା ଯୁବକଙ୍କ ଦାଦା ପୁଅ ଭାଇ ଏତଲା ଫେରାଇ ଆଣିବା ପାଇଁ ଦେଇଥିଲା ଧମକ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ । ଅସଦାଚରଣ କରିଥିବା ଯୁବକ ଫେରାର ଅଛି । ପୋଲିସ ଘଟଣାର ତନାଘନା କରୁଛି ।
ଯୁବତୀ ଜଣକ ଦୀର୍ଘଦିନ ହେବ ମାମୁଁ ଘରେ ରହୁଥିଲେ । ଆଇଙ୍କ ପାଇଁ ପାନ ଆଣିବା ପାଇଁ ଯାଇଥିବା ବେଳେ ସିମୁଳିଆ ଗ୍ରାମର ବୁଲା ପୁହାଣ ଯୁବତୀଙ୍କୁ ଟେକି ନେଇ ଅସଦାଚରଣ କରିଥିଲା । ଘଣକୁ ନାତୁଣୀ ଫେରିବାକୁ ବିଳମ୍ବ ହେବାରୁ ଆଇ ଖୋଜିବା ପାଇଁ ବାହାରିଥିଲେ । ଆଇ ଗଲାବେଳକୁ ଯୁବକ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲା । ଏହାପରେ ସେମାନେ ଥାନାରେ ଏତଲା ଦେଇଥିଲେ ।
ପୋଲିସ ବୁଲାଙ୍କ ନାମରେ ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଖୋଜୁଛି ପୋଲିସ । ତେବେ ବୁଲାର ଦାଦା ପୁଅ ଯୁବତୀଙ୍କ ଘରେ ଯାଇ ଧମକ ଦେଉଛି । ମାମଲା ଦଫାରଫା କରିବା କହୁଛି । ପିଡିତାଙ୍କ ପରିବାର ଏହି ସମ୍ପର୍କରେ ଥାନାରେ ମଧ୍ୟ ଗୁହାରି କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋର ପୁଲିସ ଅଭିଯୋଗକ୍ରମେ କେସ ନଂ ୨୫୦/୧୯ ରେ ଦଫା ୩୭୬, ୩୪୧ ଓ ୪୨, ୩୨୩, ୫୦୬, ୩୫୪ ଓ ୩୪ ଲଗାଇ ତଦନ୍ତ ଆରମ୍ଭ କରିଛି ।