କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ସୋସିଆଲ ମିଡିଆରେ ଭାଇରାଲ ହେଉଛି ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ । ୧ମିିନିଟ୍ ୨୬ ସେକେଣ୍ଡର ଏହି ଭିଡିଓ ଭାଇରାଲ ହେବା ପରେ ଲଜ୍ଜାକୁ ସହି ନପାରି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଯୁବତୀ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ଯୁବତୀ ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ଶୁଣିବାକୁ ମିଳିଛି । ତେବେ କିଏ ଏବଂ କାହିଁକି ଭିଡିଓକୁ ଭାଇରାଲ କରିଛି ତାହା ଜଣା ପଡିନାହିଁ । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି ।
କଲେଜ ଛାତ୍ରୀଙ୍କ ଭିଡିଓ ଏବେ କେନ୍ଦ୍ରାପଡା ଜିଲ୍ଲାରେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେଉଛି । ତେବେ ଏହି ଉଠାଯାଇଥିବା ୧ ମିନିଟ୍ ୨୬ ସେକେଣ୍ଡର ଏହି ଭିଡିଓଟି ଏକ ଆଜବେଷ୍ଟ ଘରେ ବନାଯାଇଛି । ଜଣେ ଯୁବକଙ୍କ ସହ ଛାତ୍ରୀଙ୍କ ଶାରିରୀକ ସମ୍ପର୍କ ଚାଲିଥିବା ବେଳେ କେହି ଦୁର୍ବୃତ୍ତ ଜାଣିଶୁଣି ଭିଡିଓଟିକୁ ଉଠାଇଛି । କିନ୍ତୁ ଭିଡିଓ ଭାଇରାଲ କରିବା ପଛରେ କଣ କାରଣ ରହିଛି ଜଣା ପଡୁନାହିଁ ।
ଭାଇରାଲ ଭିଡିଓରେ ଛାତ୍ରୀଙ୍କ ସହ ଥିବା ଯୁବକଙ୍କ ଘର ରାଜନଗର ଅଞ୍ଚଳରେ । ତେବେ ଭାଇରାଲ ଭିଡିଓ ସମ୍ପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । କିନ୍ତୁ ରାଜନଗର ଥାନା ଆଇଆଇସି ଏହି ଭିଡିଓ ଭାଇରାଲ ସମ୍ପର୍କରେ କିଛି ତଥ୍ୟ ପାଇଛନ୍ତି । କିନ୍ତୁ ଏଯାଏ କୌଣସି ଅଭିଯୋଗ ଥାନାରେ ହୋଇନାହିଁ। କିନ୍ତୁ ଏହି ଭିଡିଓ ଭାଇରାଲ ରୋକିବା ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।