ବାଲେଶ୍ୱର (ଏଟିଆର ବ୍ୟୁରୋ); ପ୍ରମାଣ ନଷ୍ଟ କରିବା ପାଇଁ କେହି ଦୁର୍ବୃତ୍ତ ମାରିବା ପରେ କଙ୍କାଳକୁ ଅଖାରେ ପୁରେଇ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା କୁଳିଗାଁ ପଞ୍ଚାୟତ ଗାଞ୍ଜିଆଁ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହି କଙ୍କାଳ ଦେଖିବା ପରେ ସ୍ଥାନୀୟ ଲୋକ ଭୟ କରିଯାଇଛନ୍ତି । ସ୍ଥାନୀୟ ପୋଲିସକୁ କବର ଦେବା ପରେ କଙ୍କାଳକୁ ଜବତ କରାଯାଇଛି ।
ଶୁକ୍ରବାର ସକାଳେ ରାସ୍ତା କଡରେ ଏକ ବସ୍ତା ପଡିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ସେମାନେ ବସ୍ତାକୁ ଆଣି ଦେଖିଥିଲେ । ତେବେ ସେଥିରେ ନର କଙ୍କାଳ ଥିବା ଦେଖିବା ପରେ ସେମାନେ ଭୟ କରିଯାଇଥିଲେ । ଘଟଣାସ୍ଥଳରେ ଲୋକଙ୍କ ଭିଡ ମଧ୍ୟ ଜମି ଯାଇଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଆସି କଙ୍କାଳକୁ ଜବତ କରିଛି ।
କଙ୍କାଳଟି ଦୀର୍ଘଦିନରୁ ପଡ଼ିଥିବା ବେଳେ କେହି ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେଠାରେ ଶବଟିକୁ ଅଖାରେ ପୂରାଇ ପିଙ୍ଗିଦେଇଥିବା ଅନୁମାନ କରାଯାଉଛି। ଅଖାରେ ମୃତ ମଣିଷର ହାତ, ଗୋଡ ଏବଂ ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା । ଏହି ମୃତ ଶରୀରର କଙ୍କାଳ ଜଣେ ବୟସ୍କ ଲୋକଙ୍କର ବୋଲି ଜଣାପଡିଛି । ତେବେ ବସ୍ତାରେ ଏହି ସ୍ଥାନକୁ କିପରି ଆସିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।