ଗଞ୍ଜାମ (ଏଟିଆର ବ୍ୟୁରୋ); ଏମିତି ବି ଆସିପାରେ ମରଣ । କିଛି ବୁଝିବା ପୂର୍ବରୁ ଚାଲିଗଲା ଜୀବନ । ଶିକାର କରିବା ପାଇଁ ସାଙ୍ଗ ହୋଇ ଯାଇଥିଲେ । କିନ୍ତୁ ଶିକାର କରିବା ପୂର୍ବରୁ ଭୁଲରେ ଗୁଳି ଫୁଟିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଳା ତାରାସିଂହ ଥାନା ଅନ୍ତର୍ଗତ ରୁଢ଼ାପଦର ଗାଁରେ । ମୃତକ ହେଲେ ସୁନୀଲ ନାଏକ । ଭୁଲରେ ଗୁଳି ଫୁଟିବା ପରେ ଭୟରେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି ସାଥୀ ଶିକାରୀ ବେଡା ମଲ୍ଳିକ । ପୋଲିସ ବେଡାକୁ ଅଟକ ରଖି ପଚରା ଉଚରା କରୁଛି ।
ବେଡା ଏବଂ ସୁନୀଲ ବୁଧବାର ରାତିରେ ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଥିଲେ । ତେବେ ବେଡା ଧରିଥିବା ବନ୍ଧୁକରୁ ଭୁଲରେ ହାତ ବାଜି ବାହାରି ପଡିଥିଲା ଗୁଳି । ଏହି ଗୁଳି ସିଧା ସୁନୀଲଙ୍କ ଛାତିରେ ବାଜିଥିଲା । ଘଟଣାସ୍ଥଳରେ ହିଁ ବେଡାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଭୟରେ ପୋଲିସ ପାଖରେ ଆସି ଆତ୍ମସମର୍ପଣ କରିଥିଲା ସୁନୀଲ । ପୋଲିସ ଖବର ପାଇବା ପରେ ବେଡାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ପୋଲିସ ବନ୍ଧୁକ ଜବତ କରିବା ସହିତ ସୁନୀଲକୁ ଅଟକ ରଖି ପଚରା ଉଚରା କରୁଛି । ସୂଚନା ଯୋଗ୍ୟ,ଏହି ଦୁହେଁ ଶିକାରୀ ପୂର୍ବରୁ ବହୁଥର ଶିକାର କରିବା ପାଇଁ ଜଙ୍ଗଲକୁ ଯାଇଛନ୍ତି । କିନ୍ତୁ କେବେ କିଛି ଅସୁବିଧା ହୋଇନଥିଲା ।