ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ସାତ ଜନମ ପାଇଁ ସାଥୀ ହେବା ଲାଗି ଅଗ୍ନି ଦେବାତାଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ । କିନ୍ତୁ ଗୋଟିଏ ଜନ୍ମର ଅଧା ସମୟ ହୋଇନି ସ୍ତ୍ରୀକୁ ଅତି ନୃଂଶସ ଭାବରେ ମାରିଲା ସ୍ୱାମୀ । ତେବେ ଏଭଳି ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଙ୍କଡାପାଳ ଗାଁରେ । ପାରିବାରିକ କଳହ ପାଇଁ ସ୍ତ୍ରୀକୁ ମାରିଥିବା ଜଣା ପଡିଛି । ତେବେ ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତ ସ୍ୱାମୀ ଗୋବିନ୍ଦ ନାୟକକୁ ଗିରଫ କରିଛି ପୋଲିସ ।
ପୋଲିସ ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀ ପୂର୍ବରୁ ଏଭଳି ବିଭିନ୍ନ ସମସ୍ୟାକୁ ନେଇ ପାଟି ତୁଣ୍ଡ ହୁଅନ୍ତି । କିନ୍ତୁ ଆଜି କୌଣସି ଏକ ପାରିବାରକ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥାକଟି ହୋଇଥିଲା । ପରେ ଗୋବିନ୍ଦଙ୍କ ମୁଣ୍ଡକୁ ପିତ ଚଢ଼ିଯିବାରୁ ସେ ଉତକ୍ଷିପ୍ତ ହୋଇ ନିଜ ଧର୍ମ ପତ୍ନୀକୁ ଘରେ ପଡିଥିବା ଏକ ପଥରରେ ଛେଚି ମାରି ଦେଇଥିଲେ । ମାରିବା ପରେ ଘରୁ ବାହାରକୁ ପଳାଇଥିଲେ କୋବିନ୍ଦ । ତାଙ୍କ ପୁଅ ଘରକୁ ଫେରି ଦେଖିବା ବେଳକୁ ରକ୍ତ ଜୁଡୁବୁଡୁ ହୋଇ ମା ପଡିଥିବା ଦେଖିବା ପରେ ପାଟିକରି ଥିଲେ । ପାଟିଶୁଣି ସାଇ ପଡିଶା ଧାଇଁ ଆସିଥିଲେ ଏବଂ ପୋଲିସକୁ ଖବର ମଧ୍ୟ ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଫେରାର ହେବାକୁ ଚେଷ୍ଟା କରୁଥିବା ଅଭିଯୁକ୍ତକୁ ଗିରଫ କରିଛି ।