ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚୋରଙ୍କୁ ସାବାଡ କରୁଥିବା ପୋଲିସକୁ ମାଡ । ନାବାଳିକା ବିବାହକୁ ବନ୍ଦ କରିବା ପାଇଁ ଆସି ନାମ ନେଲା ପୋଲିସ । ଭ୍ୟାନକୁ ମଧ୍ୟ ଭଙ୍ଗରୁଜା କରିଛନ୍ତି ଲୋକ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ପାଇକରା ଗାଁରେ । ହଟହଟ୍ଟା ହୋଇ ଫେରିଯାଇଥିବା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଛି ।
ସୂଚନା ଅନୁଯାୟୀ,ସୋମବାର ପାଇକରା ଗାଁରେ ଜଣେ ନାବାଳିକାଙ୍କ ବିବାହ ହେଉଥିଲା । ଚାଇଲ୍ଡ ଲାଇନ ଖବର ପାଇବା ପରେ ପୋଲିସ ନେଇ ଗାଁରେ ପହଁଞ୍ଚିଥିଲା । ବାହାଘର ବନ୍ଦ କରିବା ପାଇଁ ଚାଇଲ୍ଡ ଲାଇନ ଅଫିସର ମନା କରିଥିଲେ । ଏହାପରେ ସେମାନେ ବର କନ୍ୟାକୁ ବସାଇ ଥାନାକୁ ନେବାକୁ ବାହାରିଥିଲେ । ବାହାଘର ବନ୍ଦ ହେବା ପରେ ଗାଁଲୋକ ରାଗି ଯାଇଥିଲେ । ପୋଲିସ ଭ୍ୟାନକୁ ଭାଙ୍ଗିବା ସହିତ ବର କନ୍ୟାଙ୍କୁ ଗାଡିରୁ ନେଇ ଆସିଥିଲେ ।
ଶେଷରେ ନିରାଶ ହୋଇ ଚାଇଲ୍ଡ ଲାଇନ ଏବଂ ପୋଲିସ ହତାସ ହୋଇ ଫେରିଯାଇଥିଲେ । ଗ୍ରାମବାସୀଙ୍କ ନାମରେ ଏକ ଏତଲା ଦେଇଛି ପୋଲିସ । ଚୌଦ୍ୱାର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ,ଏହି ଘଟଣାରେ ସ୍ତ୍ରୀ ଲୋକ ଏବଂ ପୁରୁଷ ଲୋକ ମିଶି ପୋଲିସକୁ ଆକ୍ରମଣ କରିଥିଲେ । ତେବେ ଏହି ଘଟଣା ଓଡିଶାରେ କିଛି ବିରଳ ନୁହେଁ । ମଫସଲ ଅଞ୍ଚଳରେ ଅଧିକାଂଶ ନାବାଳିକାଙ୍କ ବୟସ ହେବା ପୂର୍ବରୁ ସେମାନଙ୍କୁ ବିବାହ କରାଯାଉଛି ।