କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ପୋଲିସ ବାବୁଙ୍କ ହରକତ । ନିଜ କ୍ଷମତାର ଅପବ୍ୟବହାର କରୁଥିବାର ଦୃଶ୍ୟ ପ୍ରତ୍ୟେକ ଦିନ ନଜରକୁ ଆସୁଛି । କେଉଁଠି ଆଦିବାସୀ ବିଧବା ମହିଳାଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାରିବାର ଦୃଶ୍ୟ ନଜରକୁ ଆସୁଛି ତ ଆଉ କେଉଁଠି ମଦ ପିଇ ମାତାଲ ହେଉଥିବା ପୋଲିସ ବାବୁ ରୋଲ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ମାଡ ମାରିବାକୁ ପଛାଇ ନାହାଁନ୍ତି ପୋଲିସ ବାବୁ ।
ସୂଚନା ଅନୁଯାୟୀ, ଗତକାଲି ପାଟକୁରା ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଯାଇଥିଲେ । ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଜଣେ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରକୁ କେନ୍ଦ୍ରାପଡା ଏସପି ହାତ ଉଠାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସାଧାରଣରେ ଉଠିଛି ଅନେକ ପ୍ରଶ୍ନ । ପୋଲିସ ବାବୁଙ୍କ ଦେହରେ ଖାକି ବର୍ଦି ଅଛି ବୋଲି କଣ ସେ ଦବଙ୍ଗଗିରି କରିବେ ?
ଯଦି ସାମ୍ବାଦିକ ଜଣକ କିଛି ଭୁଲ କରିଥିଲେ ତେବେ ସର୍ବସମ୍ମୁଖରେ ମାଡ ମାରିବା ପାଇଁ ହାତ ଉଠାଇବା କେତେ ଯୁକ୍ତିଯୁକ୍ତ । ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଯଦିଓ ଏସପି କ୍ଷମା ମାଗିଛନ୍ତି ତେବେ ସେ କହିଛନ୍ତି କି ମୁଁ କିଛି ଭୁଲ କରିନାହିଁ । ତେବେ ସେ କଣ ମାଡ ମାରିଥିଲେ ଭୁଲ ହୋଇଥାଆନ୍ତା କି ବୋଲି ମଧ୍ୟ ୟୁଜର୍ସମାନେ କମେଣ୍ଟ କରିଛନ୍ତି ।
ଅଭିଯୋଗ ଆସିଥିବା ଏସପି ହେଲେ ନୀତି ଶେଖର । ପୋଲିସ ବାବୁଙ୍କ ଏହି ଦବଙ୍ଗଗିରି ପାଇଁ ସାଧାରଣରେ ନିନ୍ଦା କରାଯାଇଛି । ଆଜି ଏହି ପ୍ରତିବାଦରେ କେନ୍ଦ୍ରାପଡ଼ା ଜିଲ୍ଲା ସାମ୍ବାଦିକ ମାନେ କଳାବ୍ୟାଜ୍ ପିନ୍ଧି ଘଟଣାର ପ୍ରତିବାଦ କରିବେ । କେବଳ ସେତିକି ନୁହେଁ ଏସ୍.ପିଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି ସହ ତାଙ୍କ ବଦଳି ଦାବି କରିଛି ଜିଲ୍ଲା ସାମ୍ବାଦିକ ସଂଘ ।