ଯାଜପୁର ( ଏଟିଆର ବ୍ୟୁରୋ): ଫୋନ କରି ଘରୁ ଡାକି ଟ୍ରକ ମାଲିକଙ୍କୁ ହତ୍ୟା । ରାତିରେ ଗଲେ ସକାଳେ ଅଳିଆ ଗଦାରୁ ମିଳିଲା ଶବ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରେ । ମୃତ ଟ୍ରକ ମାଲିକ ଜଣଙ୍କ ନାମ ନିରଞ୍ଜନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ କେହି ନିରଞ୍ଜନଙ୍କୁ ଫୋନ କରି ଡାକିଥିଲେ । ପରିବାର ଲୋକେ ମନା କରିବା ସତ୍ୱେ ମଧ୍ୟ ନିରଞ୍ଜନ ଯାଇଥିଲେ ।
ମାତ୍ର ଆଉ ରାତିରେ ଘରକୁ ଫେରି ନଥିଲେ । ସକାଳୁ ତାଙ୍କର ମୃତ ଦେହ ଅଳିଆ ଗଦାରୁ ମିଳିଛି । ପରିବାର ପକ୍ଷରୁ ଏନେଇ ଥାନାରେ ନିରଞ୍ଜନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଯିବା ସହିତ ଅଭଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ରାସ୍ତା ରୋକ କରାଯାଇଛି ।
ଅଳିଆ ଗଦାରେ ନିରଞ୍ଜନଙ୍କ ରକ୍ତାକ୍ତ ଶରୀର ଉଦ୍ଧାର କରାଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି । ଏ ଘଟଣାରେ ଜଣଙ୍କୁ ସନ୍ଦେହ କରି ପୁଲିସ ଥାନାରେ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି । ନିରଞ୍ଜନ ଜଣେ ଟ୍ରକ ମାଲିକ ହୋଇଥିବାରୁ ବ୍ୟବସାୟିକ କାରବାର ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।