ଗଞ୍ଜାମ (ଏଟିଆର ବ୍ୟୁର): ଆଜି ଅପରାହ୍ନରେ ଆସିକା କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାରୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଜଣେ ମିଠା ବେପାରୀଙ୍କ ଠାରୁ ଲୁଟ୍ କରିବା ସହ ତାଙ୍କୁ ମାଡ ମାରିବାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଝଲ୍ୟ ସୃଷ୍ଟି କରିଛି । ଲୁଟର ଶିକାର ହୋଇଥିବା ବେପାରୀ ଜଣଙ୍କ ହେଲେ ସିଶିଲ ପାତ୍ର ।
ସୂଚନା ଅନୁଯାଇ ସିଶିଲ ଗଙ୍ଗାପୁରରେ ମିଠା ଦେଇ ବକେୟା ପଇସା ଧରି କବିସୂର୍ଯ୍ୟନଗର ଯାଉଥିଲେ । ଏହି ସମୟରେ ୩ଜଣ ଯୁବକ ମୁହଁରେ ମୁଖା ଓ ଗାମୁଛା ବାନ୍ଧି ଡିପଲ୍ ସ୍କୁଲ ନିକଟରେ ତାଙ୍କୁ ଅଟକାଇ ଥିଲେ । ଯୁବକ ମାନେ ସିଶିଲଙ୍କୁ ମାଡ ମାରିବା ସହ ତାଙ୍କ ଠାରୁ ୮ହଜାର ଟଙ୍କା, ମୋବାଇଲ ଫେନ, ମିଠା, ବାଇକ୍ ଚାବି ଓ ହେଲମେଟ ଲୁଟିନେଇ ସେଠାରୁ ଫେରାର ହୋଇଯାଇ ଥିଲେ । ଘଟଟଣାସ୍ଥଳରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାଅଧିକାରି ପ୍ରସାନ୍ତ କୁମାର ସାହୁ ପହଞ୍ଚି କେସ ନମ୍ବର ୨୫୫ ଅନୁସାରେ ମାମାଲା ରୁଜୁ କରିଛନ୍ତି ।
ଗତମାସ ୬ ତାରିଥରେ ନିରାଳ ରିଷିପୁର ରାସ୍ତା ନିକଟରୁ ବନ୍ଧୁକ ମୁନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୨.୪୭ ଟଙ୍କା ଲୁଟିଥିବା ବେଳେ ଆସିକା ବାଲିପଦର ମୁଖ୍ୟ ରାସ୍ତା ନିକଟରୁ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍ସର ଜଣେ ମହିଲାଙ୍କ ଠାରୁ ଦୁର୍ବୃତ୍ତ ମାନେ ମାଉଜର ଦେଖାଇ ୧.୪୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏଠି ପ୍ରଶ୍ନ ଉଠୁଛି କି ବାରମ୍ବାର ଆସିକା ଅଞ୍ଚଳରେ ଏଭଳି ଦିନଦିପହରରେ ଲୁଟ୍ ହେଉଥିବା ଘଟଣା ଆସିକା ପୁଲିସ୍ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି ।