ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ଏବେ ଚାଲିଛି ଲୁଟେରାଙ୍କ ରାଜୁତି । କେଉଁଠି କାହା ଘରେ ପସି ଲୁଟ୍ କଲେଣି ତ ଆଉ କେଉଁଠି ରାସ୍ତାରେ ଯାଉଥିବା ଲୋକଙ୍କୁ ଡରାଇ ଧମକାଇ । ଏହାସହିତ ଖାସ୍ କରି ଲୁଟେରାଙ୍କ ନଜର ରହିଛି ବିଭିନ୍ନ ଏଟିଏମ୍ କାଉଣ୍ଟର ଉପରେ । ଏବେ ପୁଣି ଏକ ଲୁଟ୍ ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଆଜ୍ଞା ହଁ ଗତକାଲି ରାତିରେ ଖୋର୍ଦ୍ଧା ଟାଉନ୍ ରେ ସିରିଜ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
ଖବରମୁତାବକ, ଖୋର୍ଦ୍ଧା ଟାଉନରେ ଥିବା ଦୋକାନ ଗୁଡିକ ମଧ୍ୟରୁ କେବଳ ଗୋଟେ କି ଦୁଇଟି ଦୋକାନ ନୁହେଁ ବରଂ ପାଞ୍ଚୋଟି ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଶୀତୁଆ ଅନ୍ଧାରରେ ଦୁର୍ବୃତ୍ତମାନେ ମଉକା ନେଇ ଦୋକାନର ସଟର ଭାଙ୍ଗି ସମସ୍ତ ସାମଗ୍ରୀ ସହ ଟଙ୍କା ପଇସା ଲୁଟ୍ କରିଥିବାର ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛି ।