ସୁନ୍ଦରଗଡ (ଏଟିଆର ବ୍ୟୁରୋ); ପେଟ୍ରୋଲ ପମ୍ପରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା । ବନ୍ଧୁକ ଏବଂ ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୟଭୀତ କରାଇ ଲଉଟି ନେଲେ ଟଙ୍କା । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ଗଡିଆଯୋର ପେଟ୍ରୋଲ ପମ୍ପରେ । ପୋଲିସ ଖରବ ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତାବକ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟା ହେବ । ୫ଜଣ ଦୁବୃତ୍ତଦୁଇଟି ବାଇକରେ ଆସି ପେଟ୍ରୋଲ ପମ୍ପରେ ପହଁଞ୍ଚିଥିଲେ । ପ୍ରଥମେ ସେମାନେ ଫାଙ୍କା ଗୁଳି ଚଳାଇ ପେଟ୍ରୋଲ ପମ୍ପ କର୍ମଚାରୀ ଏବଂ ତେଲ ପକାଇବା ପାଇଁ ଆସିଥିବା ଲୋକଙ୍କୁ ଭୟଭୀତ କରାଇ ଦେଇଥିଲେ । ଏହାପରେ ଜଣେ ଯାଇ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ କ୍ୟାସ କାଉଣ୍ଟରରୁ ପଇସା ନୋବ ପାଇଁ ଚେଷ୍ଟା କରିଥିଲେ । ତେବେ ମ୍ୟାନେଜର ରତ୍ନ ପଟେଲ ବିରୋଧ କରିବାରୁ ତାଙ୍କୁ ମାଡ ମାରି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିିଛି । ତେବେ ତିନି ଜଣ ବନ୍ଧୁକ ଧରିଥିବା ବେଳେ ଜଣେ ଭୁଜାଲି ଧରିଥିଲା । ଏବଂ ଅନ୍ୟଜଣେ ଟଙ୍କା ଲୁଟ କରୁଥିଲା । କିନ୍ତୁ ସମସ୍ତେ ମୁହଁରେ କପଡା ପିନ୍ଧିଥିଲେ । ଏଣୁ ସେମାନଙ୍କୁ ଚିହ୍ନି ପାରିନଥିଲେ ଲୋକ । ତେବେ ସେମାନଙ୍କ ଭାଷାରୁ ଅନୁମାନ କରାଯାଇଥିଲା କି ଦୁବୃର୍ତ୍ତ ମାନେ ସ୍ଥାନୀୟ ଅଞ୍ଚଳର ବୋଲି । ଏଣୁ ସାଇଣ୍ଟଫିକ ଟିମ ଯାଇ ଘଟଣାର ତଦନ୍ତ କରୁଛି ।