ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଯୁବକଙ୍କୁ ମାରି ପେଟିରେ ପୁରେଇ ଫୋପାଡି ଦେଲେ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅନ୍ତର୍ଗତ ହଟିକଲଚର ଫାର୍ମରୁ ମିଳିଲା ଯୁବକଙ୍କ ମୃତ ଦେହ । ଛାନଭିନ ଆରମ୍ଭ କରିଛି ପୋଲିସ । ମୃତ ଯୁବକ ହେଲେ ଦିଲ୍ଲୀପ ସାହୁ । ତାଙ୍କ ଘର ନୟାଗଡ ଜିଲ୍ଲା କଣ୍ଟିଲୋ ଅଞ୍ଚଳରେ ବୋଲି ଜଣା ପଡିଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି । ଘଟଣାର ତଦନ୍ତ ଜାରି କରିଛି ପୋଲିସ ।
ସୂଚନା ଅନୁଯାୟୀ,ଦିଲ୍ଲୀପ ନୟାପଲ୍ଲୀ ଅଞ୍ଚଳରେ ଏକ ଅଟାକଳରେ କାମ କରୁଥିଲେ । ଗତକାଲି ରାତିରେ ସେଠାରେ ତାଙ୍କର ଜଣେ ସହକର୍ମୀ ପ୍ରକାଶ ନାମକ ଜଣେ ଯୁବକଙ୍କ ସହ ଝଗଡା ହୋଇଥିଲା । କିନ୍ତୁ ଆଜି ସକାଳେ ଦେଖିବା ବେଳକୁ ତାଙ୍କ ମୃତ ଦେହ ପେଟି ଭିତରୁ ମିଳିଛି । ଏଣୁ ପୋଲିସ ସନ୍ଦେହରେ ପ୍ରକାଶକୁ ଗିରଫ କରିଛି । ଏହି ଘଟଣାରେ ଆଉ କେହି ସମ୍ପୃକ୍ତଥିବା ପୋଲିସ ସନ୍ଦେହ କରୁଛି ।
ଚାଲାକ କରି ପେଟିରେ ମୃତଦେହକୁ ଫୋପାଡି ଦେଇ ପଳାଇଥିଲେ । ତେବେ ପେଟିରୁ ମୃତଦେହ ବାହାରକୁ ବାହରି ରହିଥିଲା । ପରିବାର ଲୋକ ରୋଜଗାରିଆ ଭେଣ୍ଡା ପୁଅର ମୃତ୍ୟୁ ଖବର ପାଇବା ପରେ ଭାଙ୍ଗି ପଡିଛନ୍ତି । ଘରକୁ ରୋଜଗାର କରି ଚଳାଉଥିଲେ ଦିଲ୍ଲୀପ । ତାଙ୍କ ପୁଅର ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ପାଇଁ ଗୁହାରି କରିଛନ୍ତି ପରିବାର ଲୋକ । ପୋଲିସ ଏହି ଘଟଣାର ତଦନ୍ତ ଜୋରଦାର ଆରମ୍ଭ କରିଛି । ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି ।