ବଲାଙ୍ଗିର (ଏଟିଆର ବ୍ୟୁରୋ); ପ୍ରେମ ଉଭୟ ପଟୁ ହେଲେ ସଫଳ ହୋଇଥାଏ । କିନ୍ତୁ ଯେଉଁଠି ଏକତରଫା ପ୍ରେମ ଗଢ଼ି ଉଠିଥାଏ ସେଠାରେ ଅଘଟଣ ଘଟିଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେପାଲି ଗାଁରେ । ସେହି ଗ୍ରାମର ବିଜୟ ବନଛୋର ନାମକ ଜଣେ ଯୁବକ ଗାଁର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ତେବେ ଯୁବତୀଙ୍କ ବିବାହ ଅନ୍ୟ ଜଣକ ସହିତ ବାହାଘର ହୋଇ ଯାଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ମନରେ ରାଗ ରଖିଥିବା ବିଜୟ ଯୁବତୀଙ୍କ ଭାଇକୁ ରବିବାର ସକାଳେ ଟାଙ୍ଗିଆରେ ହାଣି ଫେରାର ହୋଇ ଯାଇଛି । ପୋଲିସ ଖବର ପାଇବା ଘଟଣାର ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ଆହତ ଯୁବକଙ୍କୁ ପରିବାର ଲୋକ ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ପୋଲିସ ସୂଚନା ମୁତାବକ ବିଜୟ କିଛି ବର୍ଷ ହେବ ଗାଁର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ଆସୁଥିଲା । କିନ୍ତୁ ଯୁବତୀଙ୍କ ବିବାହା ଅନ୍ୟ ଜଣକ ସହିତ କରିବା ପରେ ସେମାନେ ବାପଘରେ ରହୁଥିଲେ । ବିଜୟ ସେମାନଙ୍କୁ ପୂର୍ବରୁ ମଧ୍ୟ ହଇରାଣ ହରକତ କରି ଆସିଛି । ଟେଉଁଠି ପାଇଁ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଯବୁତୀଙ୍କ ବିବାହ ପରେ ମଧ୍ୟ ବିଜୟ ଯୁବତୀଙ୍କୁ ପ୍ରେମ ନିବେଦନ କରି ଆସୁଥିଲା । ଯାହାକୁ ନେଇ ଯୁବତୀଙ୍କ ଭାଇ ବିଜୟକୁ ତାଗିଦ କରି ଆସୁଥିଲେ । ତେବେ ବାରମ୍ବାର ବିଫଳ ହେବା ପରେ ରବିବାର ବିଜୟ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଏବଂ ଯୁବତୀଙ୍କ ଭାଇକୁ ଟାଙ୍ଗିଆରେ ହାଣିବା ପରେ ଫେରାର ହୋଇଛି ।