କଳାହାଣ୍ଡି (ଏଟିଆର ବ୍ୟୁରୋ); ସମ୍ପର୍କ ବୁଝିଲାନି ସ୍ୱାମୀ । ସାତ ଜନମ ସାଥୀ ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲା । କିନ୍ତୁ ମାତ୍ର ଦୁଇ ବର୍ଷରେ ନିଜେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ମାରି ଦେଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁରିଗୁମା ଗାଁରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତ ମହିଳା ହେଲେ ବେଲ ମାଝୀ । ଅଭିଯୁକ୍ତ ସ୍ୱାମୀ ଅଗସ୍ତି ଫେରାର ହୋଇ ଯାଇଛି । ପୋଲିସ କବର ପାଇବା ପରେ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା କରୁଛି ।
ଋବିବାର ସକାଳ ୯ଟା ବେଳେ ଘଟିଛି ଏହି ଘଟଣା । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପ୍ରଥମେ ମାଡ ମାରିଥିଲା ଅଗସ୍ତି । ଏବଂ ପରେ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ସେ ନିଜ ଧର୍ମ ପତ୍ନୀଙ୍କୁ ହାଣି ପକାଇଥିଲା । ସ୍ଥାନୀୟ ଲୋକ ଦୌଡି ଆସିବାରୁ ଛାଡି ପଳାଇଥିଲା ଅଭିଯୁକ୍ତ । କିନ୍ତୁ ସେତିକି ବେଳକୁ ସବୁ କିଛି ସରିଯାଇଥିଲା । ବେଲଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସୂଚନାଯୋଗ୍ୟ,ଦୁଇ ବର୍ଷ ପୂର୍ବେ ବେଲ ଏବଂ ଅଗସ୍ତିଙ୍କ ବିବାହ ହୋଇଛି । ବିବାହର କିଛିଦିନ ପରେ ଅଗସ୍ତି ତାଙ୍କ ଶ୍ୱଶୁର ଘରେ ରହୁଥିଲେ । ମଝିରେ ମଝିରେ ସେମାନଙ୍କ ଭିତରେ ଝଗଡା ହୋଇଥାଏ ବୋଲି କହିଛନ୍ତି ପଡୋଶୀ । ତେବେ କୌଣସି ପାରିବାରିକ କନ୍ଦଳକୁ କେନ୍ଦ୍ର କରି ଆଜି ଏଭଳି ଘଟଣା ଘଟିଥିବା ଅନୁମାନ କରିଛି ପୋଲିସ ।