ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପୁଣି ରାଜଧାନୀରେ ମର୍ଡର । ଭୁବନେଶ୍ୱର ବାଲିଅନ୍ତାରୁ ଯୁବକର କ୍ଷତ ବିକ୍ଷତ ଶରୀର ଉଦ୍ଧାର । ହତ୍ୟାକାରୀ ଗୋଡେଇ ଗୋଡେଇ ହାଣିଥିବା ସିସିଟିଭିରେ କଏଦ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ବାଲିଅନ୍ତା ଅତଳାଗଡାରେ । ମୃତକଙ୍କ ନାମ ପ୍ରିତମ ଓ ତାଙ୍କ ଘର ଲକ୍ଷ୍ମୀସାଗର ଶବର ସାହିରେ ବୋଲି ଜଣା ପଡିଛି । ସୁଚନାଯେଗ୍ୟ ମୃତ ପ୍ରିତମ ବଡଗଡରେ ନିଜର ଏକ ବ୍ୟବସାୟ କରୁଥିଲେ । ଗତକାଲି ସେ କୌଣସି କାମରେ ପାହାଳ ଯାଇଥିବା ବେଳେ ତାଙ୍କୁ କେହି ଜଣେ ଦୃବୁର୍ତ୍ତ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।
ତେବେ ପୂର୍ବ ଶତୃତାକୁ କେନ୍ଦ କରି କେହି ଏମିତି କରିଥାଏ ବୋଲି ସନ୍ଦେହ କରାଯାଉଛି । ସୂଚନାଅନୁସାରେ ପ୍ରିତମଙ୍କୁ ଆକ୍ରମଣ ହୋଇଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୁଲିସ ପ୍ରିତମଙ୍କୁ ମୃତ ଦେହ ଉଦ୍ଧାର କରି କ୍ୟାପିଟାଲ ହସପିଟାଲକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲା । ଯାହାକୁ ନେଇ ଏବେ ପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।
ହତ୍ୟାକାରୀର ସିସିଟିଭି ଫୁଟେଜ ପାଖରେ ଥିବା ଏକ କଲେଜର ସିସିଟିଭିରେ କଏଦ ହୋଇଛି । ପୁଲିସ ସିସିଟିଭି ଫୁଟେଜ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ସିସଟିଭିରେ ହତ୍ୟାକାରୀ ଚିତ୍ର ଅସ୍ପଷ୍ଟ ରହିଥିବାରୁ ହତ୍ୟାକାରୀକୁ ଧରିବାରେ ବିଳମ୍ବ ହେଉଛି । ସିସିଟିଭିରେ ହତ୍ୟାକାରୀ ମାରଣାସ୍ତ୍ର ଧରିଥିବା ଦେଖାଯାଇଛି ।