ବଲାଙ୍ଗୀର (ଏଟିଆର ବ୍ୟୁରୋ); ପୁଅଟିଏ ଜନ୍ମ କରିବା ପାଇଁ କାହିଁ କେତେ ଓଷା ଉପାସ କରିଥିଲା ମା । ପିଲାଦିନେ ଯେତେ ଅଳି ଅଝଟ କଲେ ସୁଦ୍ଧା ବସୁକିଛି ସହିଥିଲା । କିନ୍ତୁ ଆଜି ପୁଅ ବଡ ହୋଇ ଯିବାରୁ ସବୁକିଛି ଭୁଲି ଯାଇଛି । ଏବଂ ପରିବାରରେ ସାମାନ୍ୟ କଳହ ପାଇଁ ନିଜ ଜନ୍ମକଲା ମାକୁ ଜୀଅନ୍ତା ଜାଳିଦେଲା ସଇତାନ ପୁଅ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ରାଡବାହାଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସାମ୍ୟାନ୍ୟ ଗଣ୍ଡଗୋଳ ପାଇଁ ଶଯ୍ୟାଶାୟୀ ବୃଦ୍ଧା ୭୫ ବର୍ଷୀୟ ମାକୁ ନେଇ ଜୀଅନ୍ତା ପୋଡି ଦେଲା ପୁଅ । ଗାଁଲୋକ ଏହା ଦେଖିବା ପରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ସେତେବେଳକୁ ସବୁକିଛି ସରିଯାଇଥିଲା । ମାଙ୍କ ପ୍ରାଣବାୟୂ ଉଡିଯାଇଥିଲା । ମାରିବା ପରେ ଫେରାର ହେବାକୁ ଚେଷ୍ଟା କରିଥିଲା ପୁଅ । ତେବେ ଗାଁଲୋକ ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରି ଦେଇଛି । ଅପରପକ୍ଷରେ ମୃତ ବୃଦ୍ଧାଙ୍କ ଅଧାପୋଡା ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ସମସ୍ତେ କହୁଛନ୍ତି କଣ କଲୁରେ କୁଳାଙ୍ଗାର ପୁଅ ।