ଝାରସୁଗୁଡା ( ଏଟିଆର ବ୍ୟୁରୋ): ପୋଲିସ ନାମରେ ଦୂଷ୍କର୍ମ ଅଭିଯୋଗ । ପୁଣି ଖାକି ବର୍ଦ୍ଦିରେ ଲାଗିଲା କଳଙ୍ଗ । ଜଣେ ନାବାଳିକାକୁ ୮ ଜଣ ପୋଲିସ ଅଧିକାରୀ କରିଛନ୍ତି ଦୁଷ୍କର୍ମ ! ଏମିତି ଏକ ଅଭିଯୋଗ ଆସିଛି ଝାରସୁଗୁଡାରୁ । ଆସନ୍ତୁ ଜାଣିବା କ’ଣ ରହିଛି ପୁରା ଘଟଣା । ଝାଡଖଣ୍ଡ ସୋନାରୀ ଅଞ୍ଚଳରୁ ଜଣେ ନାବାଳିକା ରବି ନାମକ ଏକ ଯୁବକ ସହିତ ଝାରସୁଗୁଡା ଆସିଥିଲେ ସେଠାରେ ଉଭୟ ଏକ ହୋଟେଲରେ ମଧ୍ୟ ରହିଥିଲେ । ହୋଟେଲରେ ଯୁବକ ଜଣଙ୍କ ନାବାଳିକା ହୋଟେଲରେ ଦୁଷ୍କର୍ମ କରଥିଲା ବୋଲି ସପୃକ୍ତ ନାବଳିକା ଜଣଙ୍କ ଅଭିଯୋଗ କରିଛନ୍ତି ।
ଯୁବକ ଜଣଙ୍କ ହୋଟେଲରେ ଦୂଷ୍କର୍ମ କରି ସେଠାରୁ ଚାଲିଯିବା ପରେ ସେଠାକୁ ପୋଲିସ ପୋଷାକରେ ୪ ଜଣ ଯୁବକ ଆସି ପିଡିତାଙ୍କୁ ୮ ଦିନ ଧରି ଦୁଷ୍କର୍ମ କରିଥିଲେ । ସେହିଭଳି ପରେ ଆସିଥିବା ୪ ଯୁବକ ମଧ୍ୟ ଦୁଷ୍କର୍ମ କରି ସେଠାରୁ ଚାଲିଯାଇଥିଲେ । ହୋଟେଲ ମାଲିକର ସାହାଯ୍ୟରେ ନାବାଳିକା ଜଣଙ୍କ ଜାମସେଦପୁର ଟେଲୋକ ଥାନାରେ ଏନେଇ ଅଭିଯୋଗ କରିଥିଲା ।
୪ ଅଭିଯୁ୍କ୍ତ ପୋଲିସ ପୋଷାକରେ ରହିଥିବାରୁ ନାବାଳିକା ସେମାନେ ପୋଲିସ ବୋଲି ଅଭିଯୋଗ କରିଛି । ଏନେଇ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଖଳନାୟକ ରବି ସହିତ ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ପାଇଁ ଝାଡଖଣ୍ଡ ପୋଲିସର ଏକ ସ୍ୱତନ୍ତ୍ର ଟିମ ଝାରସୁଗୁଡାରେ ପହଞ୍ଚିଛନ୍ତି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ସତରେ ପୋଲିସ କି ନାଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।