କେନ୍ଦୁଝର (ଏଟିଆର ବ୍ୟୁରୋ); ରାଗ ଥିଲା ପ୍ରଶନ୍ନଙ୍କ ଉପରେ କିନ୍ତୁ ସେ ଘରେ ନଥିବାରୁ ପରିବାର ଲୋକ ରାତିରେ ଶୋଇଥିବା ବେଳେ ନିଆଁ ଲଗାଇ ଚାଲିଗଲେ ୮ରୁ ୧୦ ଜଣ ଯବୁକ । ତେବେ ଭଗବାନଙ୍କ ଦୟାରୁ ଘରେ ଶୋଇଥିବା ପ୍ରଶନ୍ନଙ୍କ ବାପା ମା ଏବଂ ଦୁଇ ଛୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ଘର ସହ ଘରେ ଥିବା ସମସ୍ତ ଆସବାବ ପତ୍ର,ଧାନ ଚାଉଳ ପୋଡି ପାଉଁଶ ହୋଇ ଯାଇଛି । ଦମକଳ ବାହିନୀ ଖବର ପାଇବା ପରେ ଗାଁରେ ପହଁଞ୍ଚି ନିଆଁକୁ ଆୟତ କରିଥିଲା । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି ।
ପ୍ରଶନ୍ନଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସାରୁଆଳି ଗାଁରେ । ପ୍ରଶନ୍ନ ଡିମିରିଆ ଗାଁରେ କାମ କରୁଥିବା ବେଳେ ସେ ଜଣକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେଇ ଘଟଣା ପରଠାରୁ ପ୍ରଶନ୍ନ ଫେରାର ଅଛନ୍ତି । ତେବେ ପ୍ରତିଶୋଧ ନେବା ପାଇଁ ଡିକିରିଆ ଗାଁର ୮ରୁ ୧୦ ଜଣ ଯୁବକ ମଙ୍ଗଳବାର ରାତିରେ ଆସି ପ୍ରଶନ୍ନଙ୍କ କଟାଟ ପିଟିଥିଲେ । ତେବେ ପରିବାର ଲୋକ ଭୟରେ କବାଟ ଖୋଲିନଥିଲେ । ରାଗରେ ଆସିଥିବା ଯୁବକମାନେ କବାଟ ଦେଇ ଘରେ ନିଆଁ ଲଗାଇ ଦେଇଥିଲେ ।
ନିଆଁ ଲାଗିବା ପରେ ପରିବାର ଲୋକ ଚିକ୍ରାର କରି କରିଥିଲେ । ପାଟି ଶୁଣି ଗାଁ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ଦମକଳ ବାହିନୀ ଗାଁରେ ପହଁଞ୍ଚି ନିଆଁକୁ ଆୟତ କରିଥିଲା । ସେମାନେ ସିନା ଅଳ୍ପକେ ବର୍ତ୍ତି ଯାଇଥିଲେ କିନ୍ତୁ ଘରେ ଥିବା ସବୁ ସମାଗ୍ରୀ ପୋଡି ହୋଇଯାଇଛି । ଏବେ ପ୍ରଶନ୍ନଙ୍କ ପରିବାର ବେସାହାରା ହୋଇ ଯାଇଛନ୍ତି । ପ୍ରଶନ୍ନଙ୍କ ମା ଦୂର ପାତ୍ର ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।