ଭୁବନେଶ୍ୱର଼/କେରାପୁଟ, (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲଜି ସପ୍ତାହ । ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଖାସ ଏଥିପାଇଁ କୋରାପୁଟ, ମାଲକାନାଗିରିର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ।
ଯେଉଁଥିରେ ବନ୍ଦପାଳନ ଲାଗି ଉଲ୍ଲେଖ ରହିବା ସହ ଏଥିରେ ସହଯୋଗ କରିବା ଲାଗି ସାଧାରଣ ଲୋକଙ୍କୁ ଆହ୍ୱାନ ଦିଆଯାଇଛି । ସେପଟେ ଏହାକୁ ଦୃଷ୍ଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୁଲିସ । ସିଧା କହିବାକୁ ଗଲେ ପିଏଲଜି ସପ୍ତାହ ଲାଗି କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ପୁଲିସ ପାଟ୍ରୋଲିଂଙ୍କୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
କୌଣସି ପରିସ୍ଥିତିରେ ଯେପରି କିଛି ଅଘଟଣ ନଘଟେ ଏଥିପାଇଁ ସରକାରୀ ବସ ଚଳାଚଳକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି ।