ବାଲେଶ୍ୱର (ଏଟିଆର ବ୍ୟୁରୋ); ଜବତ କରିବା ପାଇଁ ଯାଇଥିଲା ଅବକାରୀ ଟିମ । କିନ୍ତୁ ନିର୍ଦ୍ଧୁମ ଛେଚା ଖାଇଲେ ଏବଂ ଜବତ କରିଥିବା ଗଞ୍ଜେଇ ଏବଂ ବୋଲେରୋ ଛଡେଇ ନେଲେ ଲୋକ । ତେବେ ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳର ପାଟପୁର ଗାଁରେ । ଫାଇଙ୍ଗ ସ୍କ୍ୱାର୍ଡ ଏବଂ ଅବକାରୀ ବିଭାଗ ମିଳିତ ଭାବରେ ଗାଁକୁ ଗଞ୍ଜେଇ ଏବଂ ବୋଲେର ଆଣୁଥିବା ବେଳେ ଲୋକ ରାଗରେ ଆକ୍ରମଣ କରି ଛଡେଇ ନେଇଥିଲେ । ସେଠାରୁ ଖସି ଆସିବା ପରେ ଥାନାରେ ଏତଲା ଦେଇଛନ୍ତ ଅବକାରୀ ବିଭାଗ ଟିମ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ ପାଟପୁର ଗାଁର ମଣ୍ଟୁ ପ୍ରଧାନ ଘରେ ଏକ କ୍ୱିଣ୍ଟାଲ ଗଞ୍ଜେଇ ଥିବା କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ବାଲେଶ୍ୱର ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିବା ପାଇଁ ଗାଁରେ ପହଁଞ୍ଚିଥିଲେ । ପରେ ଗଞ୍ଜେଇ ଏବଂ ବୋଲେରୋ ଜବତ କରି ନେଇ ଆସୁଥିବା ବେଳେ ଗାଁ ଲୋକଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଏବଂ ସେମାନେ ଜବତ କରିବା ପାଇଁ ଯାଇଥିବା ଟିମ ଉପରେ ଆକ୍ରମଣ କରି ଝାମ୍ପି ନେଇଥିଲେ । ତେବେ ଘଟଣାର ମୁଖ୍ୟ ମଣ୍ଟୁ ଫେରାର ହୋଇଯାଇଥିବା ଜଣା ପଡିଛି । ପୋଲିସ ଖବର ପାଇବା ପରେ ଗାଁରେ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।