ସମ୍ବଲପୁର (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ମାଫିଆଙ୍କ ରାଜୁତି । ରାଜ୍ୟ ବାହାରକୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ କରାଯାଉଛି ଚୋରା ଚାଲାଣ । ସମ୍ବଲପୁର ରେଙ୍ଗାଲି ପୋଲିସ ଏକ ବଡ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ରାଜ ରାସ୍ତାର ଗୁରୁପାଲି ଛକ ନିକଟରେ ରେଙ୍ଗାଲି ପୋଲିସ ଏକ ଗାଡିରୁ ୧ କ୍ୱିଣ୍ଟାଲ ୩ କେଜି ଗଞ୍ଜେଇ ଜବତ କରିଛି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଦୀର୍ଘ ଦିନ ହେବ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ । ତେବେ କୌଣସି ବିଶେଷ ସୂତ୍ରରୁ ପୋଲିସ ଖବର ପାଇବା ପରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢ଼ାଉ କରିଥିଲା । ଏହି ଗଞ୍ଜେଇ କୋରାପୁଟରୁ ଛତିଶଗଡ ଚାଲାଣ ହେଉଥିଲା । ପୋଲିସ ଗୁରୁପାଲି ଛକରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ଗଙ୍ଗାଧର ପଡଙ୍ଗାକୁ ଗିରଫ କରିଛି ପୋଲିସ ।
ଅଭିଯୁକ୍ତ ନିକଟରୁ ଗୋଟିଏ ମହିନ୍ଦ୍ରା ଜାଇଲୋ କାର, ମୋବାଇଲ, ୨୬ଶହ ଟଙ୍କା,୧ କୁଇଣ୍ଟାଲ ୩ କେଜି ଗଞ୍ଜେଇ ଓ ଏକ ଗାଡି ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇ ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ହୋଇଥିବା କହିଛନ୍ତି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏହି ଗଞ୍ଜେଇ କୋରାପୁଟରୁ ଛତିଶଗଡ ଚାଲାଣ ହେଉଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ଭବାନିଶଙ୍କର ଉଦଗାତା ସୂଚନା ଦେଇଛନ୍ତି ।