ଅନୁଗୋଳ (ଏଟିଆର ବ୍ୟୁରୋ) ; ପ୍ରେମ ଏକ ପବିତ୍ର ସମ୍ପର୍କ । ଏହା କେହି କାହାକୁ ବାଧ୍ୟ କଲେ ହୋଇ ନ ଥାଏ । ବରଂ ଏହା କେତେ ବେଳେ କାହା ସହ ହୋଇଥାଏ ତାହା ଜଣା ପଡିନଥାଏ । ପ୍ରେମ କରାଯାଇନଥାଏ । ଏହା ସ୍ୱତଃ ଜଣଙ୍କ ପ୍ରତି ଦୁର୍ବଳତା ଆସି ଯାଇଥାଏ । ତେବେ କେବଳ ଜଣେ ଅନ୍ୟ ଜଣକୁ ପ୍ରେମ କଲେ ଏହା ସଫଳ ହୋଇ ନଥାଏ । ଦୁହେଁ ଦୁହିଁଙ୍କ ପ୍ରତି ପ୍ରେମ କଲେ ପ୍ରେମର ମୂଲ୍ୟ ବଢ଼ିଥାଏ । ମାତ୍ର କେତେକ ଲୋକ ନିଜ ତରଫରୁ ଭଲ ପାଇଥାନ୍ତି ମାତ୍ର ଅନ୍ୟ ଜଣକ ଏହାକୁ ଗ୍ରହଣ କରିନଥାଏ ଏଭଳି ପ୍ରେମକୁ ଏକତରଫା ପ୍ରେମ କୁହାଯାଏ । ତେବେ ଏହି ପ୍ରେମରେ ଯଦି ଝିଅ ରାଜି ନ ହୁଏ ପୁଅ ବାଧ୍ୟ ହୋଇ ଅମାନୁସିକ କାମ କରିଥାନ୍ତି । ଫଳରେ ଜୀବନ ସାରା ଜେଲର ଅନ୍ଦାର କଠୋରୀରେ ବନ୍ଧା ହୋଇ ରହିଥାନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଳା ପାଲଲହଡା ଅଞ୍ଚଳରେ ।
ସୂଚନା ମୁତାବକ ଏକ ତରଫା ପ୍ରେମରେ ବିଫଳ ହୋଇଥିବା ଜଣେ ହସାସିଆ ପ୍ରେମିକ । ଅଭିଯୁକ୍ତ ପ୍ରେମିକ ଜଣଙ୍କ ହେଲା କାଳିଆ ମହାଖୁଡ । ଭଲ ପାଉଥିବା ଯୁବତୀକୁ ନିଜର ୨ ଜଣ ସାଙ୍ଗଙ୍କ ସହାୟତାରେ ନିକଟରେ ଥିବା ଏକ ପରିତ୍ୱକ୍ତ ସ୍ଥାନକୁ ଟେକି ନେଇଥିଲେ କାଳିଆ । ପାହାଡ ନିକଟକୁ ନେବା ପରେ ତିନି ଜଣ ମିଶି ରାତି ସାରା ଯୁବତୀ ସହ କରିଥିଲେ ଦୁଷ୍କର୍ମ । ମନ ଭରି ଉପଭୋଗ କରିବା ପରେ ଯୁବତୀକୁ ପାଡାଡ ପାଖରେ ଛାଡି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଆଜି ସକାଳେ ଯୁବତୀଙ୍କୁ ଉଦ୍ଦାର କରାଯାଇଛି । ଏହି ଘଟଣା ଜାଣିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଶୁଣିବା ପରେ ମୁଖ୍ୟ ଅଭିଯୁକ୍ତ କାଳିଆକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଦୁଷ୍କର୍ମରେ ସମ୍ପୃକ୍ତ ଥିବା ବାକି ଦୁଇ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଖୋଜାଖୋଜି କରୁଥିବା କହିଛି ପୋଲିସ ।