ଭଦ୍ରକ (ଏଟିଆର ବ୍ୟୁରୋ): ଦିନକୁ ଦିନ ଲୁଟେରାଙ୍କ ଉଧତାମି ବଢିଚାଲିଛି । ସେ କୌଣସି ଘରୁ ହେଉ ଅବା ରାସ୍ତାରେ ଯାଉଥିବା ଲୋକ ହୁଅନ୍ତୁ ଚାରିଆଡୁ ଲୁଟୁଛନ୍ତି ଏହି ଲୁଟେରା । ଖାସ୍ କରି ଏବେ ଲୁଟେରାଙ୍କ ନଜର ରହିଛି ରାଜ୍ୟର ବିଭିନ୍ନ ଏଟିଏମ୍ ଉପରେ । ସମସ୍ତଙ୍କ ଆଖିରେ ଧୂଳି ଦେଇ ବେଧଡକ ଲୁଟିବାରେ ସଫଳ ହେଉଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ ,ତାହା ଦିନେ ଦିନେ ଆଲୁଅ ହୁଏ । ଆଜ୍ଞା ହଁ ନିକଟରେ ଏକ ଲୁଟେରା ଏଟିଏମ୍ ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡି ବହେ ଉତ୍ତମ ମଧ୍ୟମ ଖାଇଛି । ଏଭଳି ଏକ ଦୃଶ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ମାଳଦାରେ ଦେଖିବାକୁ ମିଳିଛି ।
ଗତକାଲି ରାତିରେ ଏହି ଲୁଟେରା ଜଣଙ୍କ ମାଳଦା ବଜାର ଉପରେ ଥିବା ଏସବିଆଇ ଏଟିଏମ୍ କୁ କୌଶଳ କ୍ରମେ ଭାଙ୍ଗି ସେଥିରୁ ସମସ୍ତ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ ସତ । କିନ୍ତୁ ଏହା ସଫଳ ହୋଇ ପାରିଲା ନାହିଁ । ସ୍ଥାନୀୟ ଲୋକଙ୍କ ହାବୁଡରେ ପଡି ବହେ ଛେଚା ଖାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।