ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ରାଜଧାନୀରେ ଅବକାରୀ ବିଭାଗର ବଡ ସଫଳତା । ଚୋରାରେ ଚାଲିଥିବା ବ୍ରାଉନ ସୁଗାର ବେପାରକୁ ଠାବ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ । ବରମୁଣ୍ଡା ପ୍ରିୟଦର୍ଶନୀରେ ମାର୍କେଟରେ ଚାଲିଥିବା ବେପାର ସମ୍ପର୍କରେ ସୂଚନା ପାଇବା ପରେ ଚଢ଼ାଉ ହୋଇଥିଲା । କୈାଣସି ସୂତ୍ରରୁ ଖବର ପାଇବା ପରେ ବେପାରୀଙ୍କୁ ଟାର୍ଗେଟ କରିଥିଲେ । ଘଟଣାସ୍ଥଳରେ ଚଢ଼ାଉ ବେଳେ ୨୭ ଗ୍ରାମ ବ୍ରାଉନସୁଗାର ସହ ନଗଦ ଟଙ୍କା ଏବଂ ସ୍କୁଟିକୁ ଜବତ କରିବାରେ ସଫଳ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି ପୋଲିସ । ଏହି ବ୍ରାଉନସୁଗାର ନେଟୱାର୍କ କେଉଁଆଡେ ଲମ୍ବିଛି ଏସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି କରିଛନ୍ତି ।
ଗତ କିଛି ଦିନ ତଳେ ସାଲିଆ ସାହିରୁ ମଧ୍ୟ ବ୍ରାଉନସୁଗାର ଜବତ ହୋଇଥିବା ଦେଖିବାକୁ ମିଳିଥିଲା । ଏଣୁ ଏଥିରୁ ସ୍ପଷ୍ଟ ଜଣା ପଡୁଛି କି ରାଜଧାନୀରେ ଏହି ବେପାରର ଖିଅ ବହୁ ଦିଗକୁ ଲମ୍ବିଛି । ରାଜ୍ୟର କୋଣ ଅନୁକୋଣରୁ ପଢ଼ିବା ପାଇଁ ଆସୁଥିବା ଯୁବକ ଯୁବତୀ ମାନେ ଏହାର ଶିକାର ହୋଇଥିବା ଆଗରୁ ନଜିର ରହିଛି । ଗୋଟିଏ ପରେ ଗୋଟିଏ ସ୍ଥାନରେ ଚଢ଼ାଉ କରି ଜବତ କରିଥିବା ପୋଲିସର ସଫଳତା ପାଇଁ ସାଧାରଣ ଲୋକମାନେ ପ୍ରଂଶସା କରିଛନ୍ତି ।