ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ୱାମୀକୁ କିରୋସିନ ଢ଼ାଳି ମାରିଦେଲା ସ୍ତ୍ରୀ । ସ୍ୱାମୀଙ୍କୁ ମଶାଣୀରେ ପୋଡିଦେଲେ ପରିବାର । ଅଭିଯୁକ୍ତ ସ୍ତ୍ରୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି କି ବାପା ମା ସିନା ଝଗଡା ହୋଇ ନିଜେ ନିଜ ବାଟରେ ଚାଲିଗଲେ କିନ୍ତୁ ତିନି ଛୁଆ ଏବେ ଅନାଥ ହୋଇଯାଇଛନ୍ତି । ସେମାନଙ୍କ ଦୁଃଖ ବୁଝିବ କିଏ? ଏମାନଙ୍କୁ କଣ ମିଳିବ ସରକାରୀ ସହାୟତା? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି ।
ମିଳିଥିବା ସୂଚନା ମୁତାକବ, ଗତ ଆଠବର୍ଷ ପୂର୍ବେ ଢ଼େଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖରଖିରା ଗାଁର ରଘୁ ଯାଜପୁର ଜିଲ୍ଲା ଖୁଣ୍ଟାପଶି ଗ୍ରାମର ସଲମାଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟ ପ୍ରଥମେ ଭଲସେ ଚଳିଥିଲେ । କିନ୍ତୁ କିଛିଦିନ ପରେ ଉଭୟଙ୍କ ମଧ୍ୟରେ ଝଗଡା ଲାଗିବା ଆରମ୍ଭ ହୋଇଯାଇଥିଲା । ଦୀର୍ଘ ଦିନ ହେବ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା । ଗତ ୧୨ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ରଘୁଙ୍କ ଉପରେ କିରୋସିନ ଝାଳିଦେଇ ନିଆଁ ଲଗାଇଥିଲେ ସଲମା ।
ରଘୁଙ୍କୁ ପଡୋଶୀ ଏବଂ ପରିବାର ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କଟକ ବଡ ମେଡିକାଲରେ ରଘୁଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ କି ସଲମାଙ୍କୁ ଗିରଫ କରିବା ପାଇଁ । ଦୀର୍ଘ ୧୮ ଘଣ୍ଟା ମୃତ ଦେହ ପଡି ରହିବା ପରେ ସଲମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ବାପା ମା ଉଭୟ ଚାଲିଗଲେ ନିଜ ବାଟରେ କିନ୍ତୁ ଅନାଥ ଛୁଆଙ୍କ ଦୁଃଖ କିଏ ବୁଝିବ? ତାକୁ ନେଇ ଏବେ ଚର୍ଚ୍ଚା ଅତ୍ମ୍ ହୋଇଛି । ସରକାର ଏହି ଅନାଥ ପିଲାଙ୍କୁ ସହଯୋଗ କରନ୍ତୁ ବୋଲି ସ୍ଥାନୀୟ ଲୋକ ନିବେଦନ କରିଛନ୍ତି ।