କଟକ (ଏଟିଆର ବ୍ୟୁରୋ): ଅଶାନ୍ତ ସିଲଭର ସିଟି । ସଲଭର ସିଟି କଟକରେ ରହସ୍ୟଜନକ ସିରିଜ ମର୍ଡର । ୨୪ ଘଣ୍ଟାରେ ଗଡିଲାଣି ୩ ମୁଣ୍ଡ । ଟାର୍ଗେଟରେ ଫୁଟପାଥରେ ଶୋଉଥିବା ସାଧାରଣ ଲୋକ । ଫୁଟପାଟରେ ଶୋଉଥିବା ୩ ଲୋକଙ୍କ ତଣ୍ଟିକାଟି ହତ୍ୟା । ଗତ ୨୪ଘଣ୍ଟା ମଧ୍ୟରେ ସମାନ ଢଙ୍ଗରେ ହତ୍ୟା । କଟକ ସହରରେ ତିନି ତିନିଟି ବିଭତ୍ସ ହତ୍ୟା କାଣ୍ଡ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ହେଲେ ସବୁଠୁ ରହସ୍ୟ ମୟ କଥା କିଏ ଇଏ ହତ୍ୟାକାରୀ? କାହିଁକି ଏଭଳି ଜଘଣ୍ୟ କାଣ୍ଡ ଭିଆଉଛି ? ହତ୍ୟା ପଛର କାରଣ କଣ ? କିଏ ଖେଳୁଛି ରକ୍ତର ହୋଲି ? ହତ୍ୟାକାରୀ ଜଣେ ନା ଏକାଧିକ ବ୍ୟକ୍ତି ? ତାହା ଏପଯ୍ୟନ୍ତ ଅସ୍ପଷ୍ଠ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି କି କେବେ ଏହି ନରହନ୍ତାକୁ ପୋଲିସ ଗିରଫ କରିବ ? ସେପଟେ ଖୁବ ଶିଘ୍ର ଏହି ନରହନ୍ତା ପୋଲିସ ପଞ୍ଝାକୁ ଆସିବ ବୋଲ କହିଛନ୍ତିି ପୋଲିସ କମିଶନର । ତେବେ ନଜର ପକାନ୍ତୁ ସେଇ ତିନୋଟି ବିଭତ୍ସ ହତ୍ୟାକାଣ୍ଡ ଉପରେ ।
ଘଟଣା ନଂ-୧- ମଙ୍ଗଳବାର ସକାଳ, ରାଣୀହାଟ ପୋଲ ନିକଟରେ ଜଣେ ଶ୍ରମିକଙ୍କ ତଣ୍ଟିକାଟି ହତ୍ୟା ।
ଘଟଣା ନଂ-୨- ବୁଧବାର ସକାଳ, ଓଏମ୍ ପି ଛକ ନିକଟରୁ ପୁଣି ସେହିଭଳି ଅବସ୍ଥାରେ ମିଳିଲା ଏକ ମୃତଦେହ ।
ଘଟଣା ନଂ-୩- ବୁଧବାର ସକାଳ, ଏସ୍ସିବି ମେଡିକାଲ କାର୍ଡିଓଲୋଜି ଡିପାର୍ଟମେଣ୍ଟ ଆଗରେ ଜଣଙ୍କ ତଣ୍ଟିକାଟି ହତ୍ୟା । କିନ୍ତୁ ତାଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ମୃତ୍ୟ ହୋଇଥିବା ଡାକ୍ତର କହିଛନ୍ତି ।
ସିଲଭରସିଟିରେ ସିରିଜ୍ ହତ୍ୟାକାଣ୍ଡ ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ପୁଲିସ କମିଶନର କହିଛନ୍ତି ଏହା କୌଣଷି ମାନସିକ ବିକାରଗସ୍ତ ବ୍ୟକ୍ତିର କାମ ହୋଇଥାଇପାରେ । ସୁରକ୍ଷା ଦୃଷ୍ଟିରୁ ନାଇଟ୍ ପାଟ୍ରୋଲିଂ କଡାକଡି କରିବା ଉପରେ ଗୁରୁତ୍ବ ଦେଇଛନ୍ତି ପୁଲିସ କମିଶନର । ପୋଲିସ କମିଶନର ସତ୍ୟଜିତ ମହାନ୍ତି, କଟକ ଡିସିପି ଅଖିଳେଶ୍ବର ସିଂଙ୍କ ସମେତ ସମସ୍ତ ଜୋନ ଏସିପି ଓ ଥାନା ଅଧିକାରୀ ଏବେ ଆକ୍ଟିଭ ମୋଡ୍ ରେ । ରାତି ଅଧରେ ପାଟ୍ରୋଲିଂ କରି ଦିନ ମଜୁରିଆଙ୍କୁ ସୁରକ୍ଷା ଯୋଗାଉଛି ପୋଲିସ । ରାତି ପ୍ରାୟ ୧୧ ଟାରୁ ୫ ଟା ପର୍ୟ୍ୟନ୍ତ କଟକ ଡିସିପି ଓ ବିଭିନ୍ନ ଜୋନ ଏସିପି ମାନେ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରିବେ ।
ଅପରାଧ ଓ ଅପରାଧୀଙ୍କ ଉପରେ ରଖିବେ ତୀକ୍ଷ୍ଣ ନଜର । ହତ୍ୟାକାରୀ ଧରା ନ ହେବା ପର୍ୟ୍ୟନ୍ତ ପୋଲିସର ରାତ୍ରାକାଳିନ ଏହି ବ୍ୟବସ୍ଥା ଜାରି ରହିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି । ତେବେ ଦେଖିବାକୁ ବକିରହିଲା ଏସବୁ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଉପରୁ କେବେ ହଟିବ ପରଦା ? କେବେ ଧରାପଡିବେ ହତ୍ୟାକାରୀ ? କଟକରେ କେବେ ଫେରିବ ଶାନ୍ତି ?