ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଲିସକୁ ମିଳିଛି ବଡ ସଫଳତା । ୩୪ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ପାଖାପାଖି ୪କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରୁ ଏତେ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଅଭିଯୁକ୍ତମାନେ କୋରାପୁଟ,ନବରଙ୍ଗପୁର,ଜୟପୁର ଏବଂ କିଛି ମାଫିଆଙ୍କ ଘର ବାହାର ରାଜ୍ୟରେ ବୋଲି ଜଣା ପଡିଛି । ପୁଲିସର ଏହି ସଫଳତାକୁ ସାଧାରଣରେ ବହୁତ ପ୍ରଂଶସା କରାଯାଇଛି ।
କୋରାପୁଟ ପୁଲିସ ୧୫ ଜଣଙ୍କୁ ଗିରଫ କରିଥିବା ବେଳେ ୧୦୫୦ କେଜି ଗଞ୍ଜେଇ ସହ ୫ଟି ଗାଡିକୁ ମଧ୍ୟ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପାଖାପାଖି ୨କୋଟି ହେବ ବୋଲି ଅନୁମାନ କରାଯାଉଛି । ଅପରପକ୍ଷରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ତେବେ ଏହି ସବୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଶୁଣିବାକୁ ମିଳିଛି ।
ସୂଚନାଯୋଗ୍ୟ,ଗତ ୬ ତାରିଖରେ ମାଲକାନଗିରି ଜିଲ୍ଲା ବାଲିଗୁଡା-ପୁଜାରିଗୁଡାରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ଜାଣିବା ପରେ ଚଢ଼ାଉ କରିଥିଲା । ତେବେ ସେତେବେଳେ ମାଫିଆଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାପରେ ୭୫ ଜଣିଆ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଚାଲାଣ ହେଉଥିବା ଗଞ୍ଜେଇ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଜାରି କରି ଶେଷରେ ସଫଳ ହୋଇଥିଲା ଏହି ଟିମ୍ ।