ବଲାଙ୍ଗିର (ଏଟିଆର ବ୍ୟୁରୋ); ପାଟଣାଗଡ ପାର୍ସଲ ବୋମା ଘଟଣାର ମୁଖ୍ୟ ଆସାମୀ ହେଉଛି ପୁଞ୍ଜିଲା ମେହେର ଏବେ ଜେଲରେ ଅନଶନ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜେଲରେ ନିମ୍ନମାନର ଖାଇବା ଦିଆଯାଉଛି ଏବଂ ଜେଲରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା କରାଯାଉଛି । ଏଣୁ ସେ ଦୁଇ ଦିନ ହେବ ଅନଶନରେ ବସିଛନ୍ତି । ପୁଞ୍ଜିଲାଲ ଏବେ ବଲାଙ୍ଗିର ଜେଲରେ ରହିଛନ୍ତିି । ତାଙ୍କୁ ପ୍ରଥମେ ପାଟଣାଗଡ ଜେଲରେ ରଖା ଯାଇଥିଲା । କିନ୍ତୁ ସେ ନିଜର ସହଯୋଗୀଙ୍କ ସହ ଜେଲରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଧରା ପଡି ଯାଇଥିଲା ।
ତେବେ ତାକୁ ଦୁଇ ଦିନ ପୂର୍ବେ କଡା ସୁରକ୍ଷା ଦ୍ୱାରା ପାଟଣାଗଡରୁ ବଲାଙ୍ଗିର ଜେଲକୁ ଅଣା ଯାଇଥିଲା । ମାତ୍ର ଏଠାକୁ ଆସିବା ପରେ ଜେଲ କତ୍ତୃପକ୍ଷଙ୍କ ବିରୋଧରେ ଅନଶନ ଜାରି କରିଛି । ଏଠାରେ ଭଲ ଖାଇବା ଦିଆ ଯାଉନାହିଁ ।ଏବଂ ଏଠାରେ ବହୁ ଅବ୍ୟବସ୍ଥା ଭିତରେ କଏଦୀମାନଙ୍କୁ ରଖା ଯାଉଛି । ଜେଲରେ ବହୁ ଅନୀତି କାମ ମଧ୍ୟ ଚାଲୁଥିବା ଅଭିଯୋଗ କରିଛନ୍ତି ପୁଞ୍ଜିଲାଲ । ତେବେ ତାଙ୍କ କଥାକୁ କୌଣସି ଗୁରୁତ୍ୱର ସହ ନିଆ ଯାଉନଥିବା ମଧ୍ୟ ସେ କହିଛନ୍ତି ।
ସୂଚନା ଯୋଗ୍ୟ, ୨୦୧୮ ମସିହା ଫେବୃୟାରୀ ୧୮ ତାରିଖରେ ସୌମ୍ୟା ଶେଖର ଏବଂ ରିମାଙ୍କ ବାହାଘର ହୋଇଥିଲା । ଏହା ପାଞ୍ଚଦିନ ପରେ ଉଭୟ ସ୍ୱାମୀ ସ୍ତ୍ରୀ ଏବଂ ଜେଜେମା ମିଶି ଗିଫ୍ଟ ଦେଖୁଥିଲେ । ଏହି ସମୟରେ ପାର୍ସଲ ହୋଇ ଆସିଥିବା ଗିଫ୍ଟ ଫାଟି ଯାଇଥିଲା । ଏହି ଘଟଣାରେ ସୌମ୍ୟା ଶେଖର ଏବଂ ତାଙ୍କ ଜେଜେମା ମରି ଯାଇଥିଲେ । ରୀମା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିଲା ପୁଞ୍ଜିଲାଲ । ବହୁଦିନ ପରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏବଂ ପୁଞ୍ଜିଲାଲକୁ ଗିରଫ କରି ଜେଲରେ ରଖିଥିଲା ।