(ଏଟିଆର ବ୍ୟୁରୋ) ; ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ । ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ବଳାକ୍ରାର ହେଉଥିବା ନଜରକୁ ଆସୁଛି । ଦେହର ଭୋକ ମେଣ୍ଟେଇବାକୁ ଯାଇ କଞ୍ଚା ମାଂସ ଲୋଭି ମଣିଷର ପଶୁତ୍ୱର ଶେଷ ସୀମାରେ ପହଁଞ୍ଚି ଯାଉଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ଯୁବତୀଙ୍କୁ ନିଶାଦ୍ରବ୍ୟ ଦେଇ ୨ଜଣ ଯୁବକ ଦୁଷ୍କର୍ମ କରିଥିଲେ । ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୮ଦିନ ଧରି ଗୋଟିଏ ଘରେ କରାଯାଇଛି ଦୁଷ୍କର୍ମ । ମିଳିଥିବା ସୂଚନା ମୁତାବକ ଗତ ୧୨ ତାରିଖରେ କଲେଜ ଗେଟ ପାଖରେ ଯୁବତୀ ସହ ଦେଖା ହୋଇଥିଲା ଦୁଇ ଜଣ ଯୁବକଙ୍କର । ପୂର୍ବରୁ ଏମାନଙ୍କୁ ଚିହ୍ନିଥିବାରୁ ବିଶ୍ୱାସରେ ସେମାନଙ୍କ ସହ ବାଇକରେ ବସି ଚାଲି ଯାଇଥିଲେ କଲେଜ ଛାତ୍ରୀ । େବେ ମନରେ ପାପ ଚିନ୍ତା ଥିବା ଏହି ଦୁଇ ଜଣ ବ୍ୟାଙ୍କ କଲୋନୀରେ ଥିବା ଏକ ରୁମକୁ ନେଇ ଯାଇଥିଲେ ।
ସେଠାକୁ ଗଲାପରେ ଯୁବତୀଙ୍କୁ ବାନ୍ଧି ପକାଇଥିଲେ ପରେ ନିଶାଦେଇ ମନଭରି ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ସବୁବେଳେ ଜଣେ ଜଗି ବସୁଥିଲା ଏବଂ ବିରୋଧ କଲେ ମାଡ ମାରୁଥିଲା । ଏଣୁ ଯୁବତୀ ଜଣକ ଖସି ପାରୁନଥିଲେ । ମାତ୍ର ଗତ ୨୦ ତାରିଖରେ କେହି ନଥିବାର ଦେଖି ସେଠାରୁ ଖସି ପଳେଇ ଆସିଥିଲେ ଯୁବତୀ । ଘରକୁ ପହଁଞ୍ଚିବା ପରେ ସବୁ କଥା କହିଥିଲେ । ଯୁବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ପୋଲିସରେ ପରିବାର ପକ୍ଷରୁ ଏକ ଏତଲା ଦିଆଯାଇଛି । ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।