ସମ୍ବଲପୁର (ଏଟିଆର ବ୍ୟୁରୋ); ଗାଡି ଡିକିରେ ବ୍ୟାଙ୍କ ଟଙ୍କା ରଖିଥିଲେ । କିନ୍ତୁ ଚୋରୀ ହୋଇ ଯାଇଛି କହି ଥାନାରେ ଅଭିଯୋଗ କରିଥିଲେ ବ୍ୟାଙ୍କ ଅଫିସର । ବାବୁଙ୍କ ମିଛ ଧରା ପଡିଯାଇଥିଲା । ଶେଷରେ ନିଜେ ଚୋର ହୋଇ ଯାଇଥିଲେ । ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ଅଞ୍ଚଳର ପିପୁଲ୍ସ ଫୋରମ୍ ବ୍ୟାଙ୍କର ଆସିଷ୍ଟାଣ୍ଡ ମ୍ୟାନେଜରଙ୍କ ନାମରେ ଆସିଛି ଏଭଳି ସାଘାଂତିକ ଅଭିଯୋଗ । ବ୍ୟାଙ୍କ ବାବୁ ନିଜ ସ୍କୁଟି ଡିକିରେ ଟଙ୍କାକୁ ରଖି ଦେଇଥିଲେ । ୫ ଲକ୍ଷ ୫୨ ହଜାର ୪୯୦ ଟଙ୍କା ହରମଚାଲ କରିବା ପାଇଁ ଚେଷ୍ଟା କରିଥିଲେ । ଅଭିନବ ଉପାୟରେ ଲୁଟ୍ କରିବା ପାଇଁ ଉପାୟ କରିଥିଲେ । କିନ୍ତୁ ସବୁକିଛି ଫସର ଫାଟିଯାଇଥିଲା ।
ଥାନାରେ ଟଙ୍କା ଚୋରୀ ହୋଇଥିବା ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ବ୍ୟାଙ୍କ ବାବୁଙ୍କ ଚୋର ବୋଲି ଜାଣି ଯାଇଥିଲେ । ଏଣୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ରେଙ୍ଗାଲି ଅଞ୍ଚଳରେ ଏବେ ଏହି ଘଟଣାକୁ ନେଇ ବେଶ ଚର୍ଚ୍ଚା ହେଉଛି । ବାଡ ହୋଇ ଫସଲ ଖାଇବାକୁ ଚେଷ୍ଟା କରୁଥିଲେ ବୋଲି ଲୋକ ଟୁପୁରୁ ଟାପୁରୁ ହେଉଛନ୍ତି । ସୂଚନାଯୋଗ୍ୟ,ପୂର୍ବରୁ ଲୁଟେରାମାନେ ବ୍ୟାଙ୍କରୁ ଲୁଟ୍ କରୁଥିବା ବେଳେ ଟଙ୍କା ଯାଉଥିବା ବ୍ୟାଙ୍କ ଗାଡିକୁ ମଧ୍ୟ ଆଟାକ କରି ଟଙ୍କା ନେଉଥିଲେ ।