ଯାଜପୁର (ଏଟିଆର ବ୍ୟୁରୋ); ଜମିବାଡି ମାମଲାକୁ ନେଇ ଦୁଇ ପରିବାର ମଧ୍ୟରେ ମାଡପିଟ ହୋଇଛି । ଏଥିରେ ଦୁଇ ପରିବାରର ୬ଜଣ ଆହତ ହୋଇଛନ୍ତି । ତେବେ ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚଇନିଗୁଡା ଗାଁରେ । ଗ୍ରାମର ପିତାମ୍ବର ନାୟକ ଏବଂ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଏବଂ ପରେ ମାଡପିଟ ହେବାରୁ ଏପରି ଘଟିଥିବା ଜଣା ପଡିଛି । ରତ୍ନାକରଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ କରୁଛି ।
ଜମିବାଡି ମାମଲାକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ କଳହ ଲାଗି ରହିଥିଲା । ଏହି ଦୁହିଁଙ୍କ ମାମଲା କୋର୍ଟରେ ବିଚାରାଧିନ ଅଛି । ତେବେ ଆଜି ଜମିରେ ବାଡ ଦେଉଥିବା ବେଳେ ଉଭୟଙ୍କ ପରିବାର ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ଏବଂ ପରେ ଦୁହିଁଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଥିଲା । ଏଥିରେ ଉଭୟଙ୍କ ପରିବାର ମଧ୍ୟରୁ ୬ ଜଣ ରକ୍ତାତ ଗୁରୁତର ହୋଇଛନ୍ତି । ଏହି ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା ଜଣା ପଡିଛି । ତେବେ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସାଧାରଣ ଜମିବାଡି ଘଟଣାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଥିବାରୁ ଉଭୟଙ୍କ ପରିବାରକୁ ନିନ୍ଦା କରିଛନ୍ତି ଗାଁଲୋକ । ଦୁହିଁଙ୍କ ପରିବାର ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଲାଗି ରହିଥିଲା । କିନ୍ତୁ ପୂର୍ବରୁ କେବେ ହାତାହାତି ହୋଇନଥିଲେ । ଏମାନଙ୍କ ମାମଲା କୋର୍ଟରେ ବିଚାରାଧିନ ରହିଛି । ମାତ୍ର ପ୍ରଥମ ଥର ପାଇଁ ହାତାହାତି ହେବା ପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ତେବେ ଠାକୁରଙ୍କ ଦୟାରୁ କାହାର କିଛି ବିଶେଷ କ୍ଷତି ହୋଇ ନାହିଁ ।