କୋରାପୁଟ (ଏଟିଆର ବ୍ୟୁରୋ); ପ୍ରେମ କେତେବେଳେ କାହା ସହ ହୋଇଥାଏ ତାହା ଜଣା ନଥାଏ । ତେବେ ଏହା ଯଦି ଉଭୟ ପଟୁ ଗ୍ରୀନସିଗନାଲ ମିଳେ ତେବେ ସଫଳ ହୁଏ । କିନ୍ତୁ ଏହା ଯଦି ଏକତରଫା ହୁଏ ତେବେ ଭୟାନକ ରୂପ ନେଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମଲିଗୁଡା ଅଞ୍ଚଳରେ । ସ୍ଥାନୀୟ କଲେଜରେ +୨ ପଢ଼ୁଥିବା ନାବାଳିକାଙ୍କୁ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ । ତେବେ ଏଥିରେ ସଫଳ ନହେବାରୁ ଏକାକି ରହୁଥିବା ନାବାଳିକା ଭଡାଘରେ ପଶି ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛି ହତାସିଆ ପ୍ରେମିକ । ନାବାଳିକାଙ୍କୁ କୋରାପସ୍ୱଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି । ଶରୀରର ୮୦ ଶତକଡା ପୋଡିଯାଇଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ,ନନ୍ଦପୁର ଅଞ୍ଚଳରେ କଲେଜ ପାଠ ପଢ଼ୁଥିଲେ ନାବାଳିକା । ଯୁବକ ଜଣଙ୍କ ତାଙ୍କୁ ଏକତରଫା ପ୍ରେମ କରୁଥିଲା । ବାରମ୍ବାର ପ୍ରେମ ନିବେଦନ ମଧ୍ୟ କରିଥିବା ଶୁଣିବାକୁ ମିଳିିଛି । ତେବେ ଭଡାଘରେ ନାବାଳିକାଙ୍କୁ ଏକା ପାଇବା ପରେ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲା ଯୁବକ । ନାବାଳିକାର ପାଟି ଶୁଣି ପଡୋଶୀମାନେ ଦୌଡି ଆସିଥିଲେ । ଏହାପରେ ଯୁବକ ଜଣଙ୍କ ଛାଡି ଫେରାର ହୋଇଯାଇଥିଲା ।
ସ୍ଥାନୀୟ ଲୋକ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ପୋଲିସକୁ କବର ଦେଇଥିଲେ ପଡୋଶୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଏକତରଫା ପ୍ରେମ କାରଣରୁ ଏଭଳି ଅଭାବନୀୟ କାଣ୍ଡ ଯୁବକ ଘଟାଇଥିବା ପୋଲିସ ଅନୁମାନ କରିଛି ।