ନବରଙ୍ଗପୁର (ଏଟିଆର ବ୍ୟୁରୋ); ଘରୁ ଉଠାଇ ନେଇଥିଲା ପୋଲିସ । କିନ୍ତୁ ଘରକୁ ଫେିନଥିବାରୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୋଲିସ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ବଡପଞ୍ଜୁରିଆ ଗାଁର ଗୋବର୍ଦ୍ଧନ ବିନ୍ଧାଣୀଙ୍କ ପତ୍ତା ମିଳୁନି । ଗତକାଲି ରାତିରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । କିନ୍ତୁ ପୋଲିସ ପଚରା ଉଚରା କରିବା ପରେ ଛାଡି ଦେଇଥିବା କହିଥିବା ବେଳେ ଘରେ ପହଁଞ୍ଚି ନାହାଁନ୍ତି ଗୋବର୍ଦ୍ଧନ ।
ଘରେ ପହଁଞ୍ଚି ନଥିବାରୁ ତାଙ୍କୁ ପିଟି ପିଟି ମାରି ଦେଇଛି ପୋଲିସ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ଥାନାକୁ ପୋଲିସକୁ ଗୋବର୍ଦ୍ଧନଙ୍କ ସମ୍ପର୍କରେ ବୁଝଥିଲେ ସୁଦ୍ଧା କୌଣସି ସନ୍ତୋଷଜନକ ଉତ୍ତର ଦେଇ ନାହିଁ । ଏଣୁ ଉତ୍ୟକ୍ତ ଲୋକ ଥାନା ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।
ସୂଚନାଯୋଗ୍ୟ,ଶନିବାର ରାତିରେ ଜୁଆ ଖେଳୁଥିବା ଅଭିଯୋଗରେ ପୋଲିସ ଗୋବର୍ଦ୍ଧନ ଏବଂ କମଳୁ ହରିଜନଙ୍କୁ ଉଠାଇ ନେଇଥିଲା । କଡ଼ିଙ୍ଗା ଥାନାରେ ରାତିରେ ସେମାନଙ୍କୁ ଖାଇବାକୁ ଦେବା ପରେ କସାଗୁମୁଡ଼ା ଥାନାକୁ ନେଇଥିଲେ। ରାତାରାତି ସେଠାରୁ ଫେରିବା ବାଟରେ ଗୋବର୍ଦ୍ଧନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେଇଥିଲା। କମଳୁ ମଧ୍ୟ ଆହତ ହୋଇଥିଲେ। ଦୁହିଁଙ୍କୁ ଦୁଇଟି ଅଲଗା ଗାଡ଼ିରେ ନବରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେତେବେଳକୁ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇସାରିଥିବା ପରିବାର ଲୋକଙ୍କୁ କୌଣସି ଭିତିରି ସୂଚନା ମିଳିଥିଲା । ତେଣୁ ସ୍ଥାନୀୟ ଲୋକ ଓ ତାଙ୍କ ପରିବାର ମିଶି ଥାନାରେ ପହଞ୍ଚି ଗୋବର୍ଦ୍ଧନଙ୍କୁ ଫେରାଇବା ପାଇଁ ଦାବି କରିଥିଲେ ।