କଟକ( ଏଟିଆର ବ୍ୟୁରୋ): ହଷ୍ଟେଲ ରୁମରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ଶବ, କିଛି ଦିନ ହେଲା ଘର ନ ଖୋଲିବାରୁ ସାଙ୍ଗମାନେ କଲେ ସନ୍ଦେହ । ପୁଲିସକୁ ଦେଲେ ଖବର । ମୃତଛାତ୍ର ଜଣଙ୍କ ଆଇନ ମହାବିଦ୍ୟାଳୟ ଛାତ୍ର । ଏମିତି ଏକ ଘଟଣା ଘଟିଛି କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ । ଆଇନ ମହାବିଦ୍ୟାଳୟ ଛାତ୍ରବାସରୁ ମିଳିଛି ଛାତ୍ରଙ୍କ ଝୁଲନ୍ତା ଶବ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଅଜିତ କୁମାର ସେଠୀ ବୋଲି ଜଣାଯାଇଛି। ସେ ମଧୁସୂଦନ ଆଇନ ମହାବିଦ୍ୟାଳୟର ୨ୟ ବର୍ଷର ଛାତ୍ର । ତାଙ୍କ ଘର କିଶୋର ନଗର ଅଂଚଳରେ ବୋଲି ବି ଜଣାଯାଇଛି ।
ବିଳମ୍ବିତ ରାତିରେ ହଷ୍ଟେଲ ରୁମ୍ରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଦୀର୍ଘ ସମୟ ହେଲା ଅଜିତଙ୍କ କବାଟ ବନ୍ଦ ରହିବାରୁ ଏନେଇ ପିଲା ମାନଙ୍କର ସନ୍ଦେହ ହୋଇଥିଲା । ସେମାନେ ଏ ବିଷୟେ;ର ପୋଲିସକୁ ଖବର ଦେଇଥିଲେ । ପୁଲିସ କବାଟ ଭାଙ୍ଗିବା ପରେ ଅଜିତ କୁମାର ସେଠୀ ଙ୍କୁ ଝୁଲନ୍ତା ଅବସ୍ଥାରେ କରିଥିଲା ଉଦ୍ଧାର ।
ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ପୁଲିସ୍ କରୁଛି ସନ୍ଦେହ । ତେବେ ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ପ୍ରେମରେ ବିଫଳ ହେବାରୁ ସେ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଛି । ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସ ପକ୍ଷରୁ ଏହା ପ୍ରେମ ଜନିତ କି ଅନ୍ୟକିଛି ତାହା ସ୍ପଷ୍ଟ ହୋଇନାହିଁ ।