କଟକ (ଏଟିଆର ବ୍ୟୁରୋ); ଗଞ୍ଜେଇ ଚାଲାଣ କରୁଥିଲେ ଇଞ୍ଜିନିୟରିଂ ଛାତ୍ର । କନ୍ଧମାଳରୁ ବାଲେଶ୍ୱର ଗଞ୍ଜେଇ ନେଇ ଯାଉଥିବା ବେଳେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଟିମ ଲିଙ୍କ ରୋଡ ନିକଟରେ ଛାତ୍ରଙ୍କୁ ଧରିଛି । ସେମାନଙ୍କ ନିକଟରୁ ୩୨ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୪ ଲକ୍ଷ ଟଙ୍କା ହେବ । ପୋଲିସ ଅଭିଯୁକ୍ତ ଛାତ୍ର ମାନଙ୍କୁ ଗିରଫ କରିଛି । ତେବେ ଏମାନେ କାହା ପାଖରୁ ଗଞ୍ଜେଇ ଆଣୁଥିଲେ ଏବଂ କାହା ପାଇଁ ନେଉଥିଲେ ଜାଣିବା ପାଇଁ ପଚରା ଉଚରା କରୁଛି ପୋଲିସ । ତେବେ ଗିରଫ ହୋଇଥିବା ଛାତ୍ରମାନେ ହେଲେ କନ୍ଧମାଳ ଜିଲ୍ଲାର ଆଶିଷ କୁମାର ଦିଗାଲ, ମନୋମାଲିଆ ଦିଗାଲ ଓ ରଞ୍ଜନ କୁମାର ଦିଗାଲ।
ଏହି ତିନି ଜଣ ଛାତ୍ର ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଛନ୍ତି । ଦୀର୍ଘଦିନ ହେବ ଏମାନେ କନ୍ଧମାଳରୁ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ସାମନାରେ ମାନିଛନ୍ତି । ତେବେ ଏମାନେ ଗଞ୍ଜେଇ ନେଇ ଆସୁଥିବେଳେ କୌଣସି ବିଶେଷ ସୂତ୍ରରୁ ଅବକାରୀ ଗୁଇନ୍ଦା ବିଭାଗ ସୂଚନା ପାଇଥିଲା । ତେବେ ଛାତ୍ରମାନେ ଏକ କାରରେ କନ୍ଧମାଳରୁ ବାଲେଶ୍ୱର ଯାଉଥିଲା । କଟକ ଲିଙ୍କ ରୋଡ ନିକଟରେ ସେମାନଙ୍କ ଉପରେ ମାଡି ବସିଥିଲା ଅବକାରୀ ବିଭାଗ । ଏବଂ ୩୨ କେଜି ଗଞ୍ଜେଇ ଜବତ କରିଥିଲା । ତେବେ ଏମାନେ କାହା ପାଇଁ ଏହି କାମ କରୁଛନ୍ତି ଏବଂ କେଉଁ କଲେଜର ଛାତ୍ର କିଛି କହୁ ନାହାଁନ୍ତି ।