ବାଲେଶ୍ୱର (ଏଟିଆର ବ୍ୟୁରୋ); କାମନା ଆଗରେ ସବୁ କିଛି ତୁଛ ହୋଇଗଲା । ହଜିଗଲା ମାନବିକତା । ନିଜ ଦେହର ଭୋକ ମେଣ୍ଟେଇବାକୁ ଯାଇ ଜଣେ ବିବାହିତ ଯୁବକ ଦୁଇଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିଛି । ତେବେ ଦୁଇ ଭଉଣୀ ଯୁବକଙ୍କ ଦାଦା ଝିଅ ଭଉଣୀ । ଦେହର ଭୋକ ମେଣ୍ଟେଇବାକୁ ଯାଇ ଅଭିୁଯୁକ୍ତ ନାଁ ଦେଖି ବୟସର ତାରତମ୍ୟ ନାଁ ସମ୍ପର୍କ । ତେବେ ଏଭଳି ଲଜ୍ୱାଜନକ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଧରିବା ପାଇଁ ତନାଘନା କରୁଛି ପୋଲିସ ।
ସୂଚନା ଅନୁଯାୟୀ,ଗତ ସୋମବାର ଅଭିଯୁକ୍ତ ସାନ୍ତନୁ ପାତ୍ର(୨୪) ଦୁଇ ନାବାଳିକା ଭଉଣୀଙ୍କୁ ଜଣେ (୧୧) ଅନ୍ୟ ଜଣେ (୭)ଚକୋଲେଟ ଦେବା ବାହାନାରେ ଘରକୁ ଡାକିଥିଲା । ମୋବାଇଲରେ ସେମାନଙ୍କୁ କାର୍ଟୁନ ଭିଡିଓ ଦେଖାଇଥିଲା । ଏହାପରେ ଅଶ୍ଳିଳ ଭିଡିଓ ମଧ୍ୟ ଦେଖାଇଥିଲା । ଭିଡିଓ ଦେଖିବା ପରେ ସାନ୍ତନୁ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲା । ଶେଷରେ ମଣିଷରୁ ପାଲଟି ଯାଇଥିଲା ରାକ୍ଷସ ।
ଜଣକ ପରେ ଜଣକୁ କରିଥିଲା ଦୁଷ୍କର୍ମ । ନିଜର କାମ ଶେଷ ହେବା ପରେ ଦୁଇ ଭଉଣୀଙ୍କୁ ଡରାଇ କହିଥିଲା କି ଏହି କଥା ଯଦି କାହା ଆଗରେ କହିବ ତେବେ ମାରିଦେବି । ଭୟରେ ଉଭୟ ଘରେ କାହାକୁ କିଛି କହିନଥିଲେ । ତେବେ ମଙ୍ଗଳବାର ରାତିରେ ପରିଶ୍ରା କରିବା ବେଳେ ଉଭୟ ଯନ୍ତ୍ରଣା ଅନୁଭବ କରିଥିଲେ । ମା ପଚାରିବାରୁ ଉଭୟ ସବୁ ସତ କଥା କହିଥିଲେ । ପିଡିତାଙ୍କ ବାପା ଥାନାରେ ଏତଲା ଦେଇଥିଲେ ।
ପୋଲିସ ଖବର ପାଇବା ପରେ ଗାଁରେ ପହଁଞ୍ଚିଥିଲା । ଅଭିଯୁକ୍ତର ମା ପୁଅକୁ ଘରେ ବନ୍ଦ କରି କବାଟ ଦେଇ ଦେଇଥିଲା । ପୋଲିସ କବାଟ ବାଡେଇଥିଲେ ମଧ୍ୟ ଶୁଣିନଥିଲେ । ପରେ କବାଟ ଖୋଲିଲା ବେଳକୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ପୋଲିସ ତାକୁ ଧରିବା ପାଇଁ ତନାଘନା କରୁଛି । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।