ବାଲେଶ୍ୱର (ଏଟିଆର ବ୍ୟୁରୋ); ଜେଲରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପକାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତ କଏଦୀ ହେଲେ ପାଗୁଲୁ । ତେବେ କଏଦୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଜେଲ କର୍ମଚାରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ପରିବାର । ମୃତ ଦେହହକୁ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି ।
ସୂଚନା ଅନୁଯାୟୀ, ଗତ ସୋମବାର ସଜନାଗଡ ନିକଟସ୍ଥ ନୂଆସାହି ଗାଁର ହାଡିବନ୍ଧୁଙ୍କ ପୁଅ ପାଗୁଲୁକୁ ଚୋରା ମଦ କାରବାର କରୁଥିବା ଅଭିଯୋଗରେ ପୋଲିସ ଗିରଫ କରିଥିଲା । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଆଜି ସକାଳେ ତାଙ୍କୁ ବାତ ମାରିଥିଲା । ଏବଂ ଏହାପରେ ତାଙ୍କୁ ଜେଲ କର୍ମଚାରୀ ମେଡିକାଲରେ ଭର୍ତ୍ତି କରିଥିଲେ ।
ତେବେ ମେଡିକାଲରେ ଭର୍ତ୍ତି କରିବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଏହାପରେ ତାଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ତେବେ ତାଙ୍କୁ ମେଡିକାଲ ନେବାରେ ବିଳମ୍ବ ହୋଇଥିଲା । ଏବଂ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ଜଣା ପଡିଯିବ । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ମଧ୍ୟ ଦେଖାଦେଇଛି ।