ନୟାଗଡ (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ବୃତ୍ତଙ୍କ ରାଜ । ଓଡିଶାର କୋଣ ଅନୁକୋଣରେ ମାତୁଛନ୍ତି ଦୁର୍ବୃତ୍ତ । ଯେଉଁଥିରୁ ବାଦ ପଡିନି ନୟାଗଡ ଜିଲ୍ଲା । ନୟାଗଡ ଜିଲ୍ଲା ଦୀର୍ଘଦିନ ହେବ ଲୁଟର ପରିମାଣ ବଢ଼ିବାରେ ଲାଗିଛି । ଆଜି ଦିନ ଦ୍ୱିପ୍ରହରେ ନୟାଗଡ ଜିଲ୍ଲାରେ ଲୁଟ ହୋଇଥିବା ଦେଖିବାକୁ ମିଳିଛି । ଏଲଆଣ୍ଡ ଫାଇନାନ୍ସ କମ୍ପାନୀର କର୍ମଚାରୀଭ୍କ ଠାରୁ ୧ ଲକ୍ଷ ୬୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ନୟାଗଡ-ଖଣ୍ଡପଡା ରାସ୍ତା କଇଥପଲ୍ଲୀ ଛକ ନିକଟରେ ପାଞ୍ଚ ଜଣ ଯୁବକ ପଲସରରେ ଆସି ବୋମା ମାଡ କରି ଲୁଟି ନେଇଛନ୍ତି ଟଙ୍କା । ଏଥିରେ ଗନମ୍ୟାନ ଆହତ ହୋଇଛନ୍ତି । ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ ଆଜି ଦିନ ୨ଟା ବେଳେ ନରସିଂହପୁରରୁ ନୟାଗଡ ଆନ୍ଧ୍ର ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ ଆସୁଥିଲେ ଏଲଆଣ୍ଡ ଫାଇନାନ୍ସ କମ୍ପାନୀ । ତେବେ କୌଣସି ସୂତ୍ରରୁ ଖବର ପାଇବା ପରେ ଖଣ୍ଡପଡା ରାସ୍ତାରେ ୨ଟି ପଲସରରେ ଦୁର୍ବୃତ୍ତମାନେ ପିଛା କରିଥିଲେ । ଏବଂ ଭ୍ୟାନ ଉପରକୁ ବୋମା ମାଡ କରିଥିଲେ । ପରେ ସେମାନେ ଗାଡିରେ ଥିବା ଲକ୍ଷେ ୬୨ ହଜାର ଟଙ୍କାକୁ ଲୁଟି ନେଇଥିଲେ । ତେବେ ବୋମା ମାଡରେ ଗାଡିରେ ଥିବା ଗନମ୍ୟାନ ଆହତ ହୋଇଛନ୍ତି । ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସକୁ ଏହି ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସ ଲୁଟେରାଙ୍କର କୌଣସି ପତ୍ତା ପାଇନଥିବା ସୂଚନା ମିଳିଛି ।
ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ଯାଇଛନ୍ତି । କାରଣ ଦିନ ଦ୍ୱିପ୍ରହରେ ଏପରି ଲୁଟ ହେଉଥିବା ବେଳେ ରାତି ଲୋକଙ୍କ ଅବସ୍ଥା କଣ ହେବ । ତେବେ ନୟାଗଡ ଜିଲ୍ଲାରେ ପୂର୍ବରୁ ମଧ୍ୟ ଏପରି ଲୁଟ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ନୂଆଗାଁ ଅଞ୍ଚଳରେ ଲଗାତାର ଭାବରେ ଏଭଳି ଲୁଟ ହୋଇଥଇବା ଦେଖିବାକୁ ମିଳିଥିଲା । ନୂଆଗାଁରୁ ଦଶପଲ୍ଲା ଯିବା ମହିତମା ପାଖ ପଥରା ପୋଲ ପାଖରେ ପୂର୍ବରୁ ମଧ୍ୟ ଲୁଟି ହୋଇଥିଲା । ସେପଟେ ନୂଆଗାଁରେ ମଧ୍ୟ ଜଣେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଆଙ୍ଗୁଠି କାଟି ଲୁଟ ହୋଇଥିଲା ।